ଜୋର୍ ଧରୁଛି ରାଇକିଆ କୁ ଏନ୍ଏସି ମାନ୍ୟତା ଦାବୀ
ରାଇକିଆ,(ଓ୍ବାଇଏନ୍ଏସ୍): କନ୍ଧମାଳ ଜିଲା ରାଇକିଆ କୁ ଏନ୍ଏସି ଘୋଷଣା ପାଇଁ ଦାବୀ ଜୋର୍ ଧରିଛି । ଏଥିପାଇଁ ଏକ କମିଟି ଗଠନ କରାଯାଇଛି । ରାଇକିଆ ଜିଲା ର ଏକ ପ୍ରମୁଖ ଦୃତ ପ୍ରଗତିଶୀଳ ସହର ହୋଇଥିବା ବେଳେ ଦିନକୁ ଦିନ ସହରବାସୀ ଆବଶ୍ୟକ ଅନୁଯାୟୀ ସାଧାରଣ ସୁବିଧା ପାଇ ପାରୁ ନାହାଁନ୍ତି । ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ଖ୍ୟାତି ମଧ୍ୟ ରହିଛି । ବର୍ଦ୍ଧିତ ଜନସଂଖ୍ୟା କୁ ଦୃଷ୍ଟି ରେ ରଖି ରାଇକିଆ ସହର ର ବିକାଶ ତଥା ଜରୁରୀ ଆବଶ୍ୟକ ପାଇଁ ପଞ୍ଚାୟତ ଅନୁଦାନ ଯଥେଷ୍ଟ ହୋଇ ପାରୁନାହିଁ । ବିଶେଷ କରି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ୪୦ ବର୍ଷ ତଳ ର ପୁରୁଣା ଯୋଜନା ରେ ଚାଲିଛି । ସବୁ ଘରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ହୋଇ ପାରୁନାହିଁ । ରାସ୍ତା ଘାଟ ନିର୍ମାଣ ମଧ୍ୟ ଆବଶ୍ୟକ ଅନୁଯାୟୀ ହୋଇ ପାରୁନାହିଁ । ରାଜସ୍ବ ବିଭାଗ ତରଫରୁ ଭୂସମ୍ପତ୍ତି ର ମୂଲ୍ୟାଙ୍କନ ସହରାଞ୍ଚଳ ଭାବେ କରାଯାଉଥିଲେ ମଧ୍ୟ ଏନ୍ଏସି ମାନ୍ୟତା ମିଳି ପାରୁନାହିଁ । ଡ୍ରେନେଜ୍ ବ୍ୟବସ୍ଥା ମଧ୍ୟ ସବୁ ଅଞ୍ଚଳ ରେ କାର୍ଯ୍ୟକାରୀ ହୋଇ ପାରିନାହିଁ । ପରିମଳ ବ୍ୟବସ୍ଥା, ବିଦ୍ୟୁତକରଣ, ସ୍ବାସ୍ଥ୍ୟସେବା, ଆବାସିକ ଯୋଜନା ଇତ୍ୟାଦି ଉନ୍ନୟନ କାର୍ଯ୍ୟ ଅଗ୍ରଗତି ହୋଇ ପାରୁନାହିଁ । ରାଇକିଆ କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ର ମାନ୍ୟତା ପାଇଁ ଏକ ବୈଠକ ସଭାପତି ସତ୍ୟବାନ୍ ପାତ୍ର ଙ୍କ ଅଧ୍ୟକ୍ଷତାରେ ମଧ୍ଯ ଅନୁଷ୍ଠିତ ହୋଇଛି । ଏ ନେଇ ଦାବି ପତ୍ର ଜିଲାପାଳ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ ପାଇଁ ନିଷ୍ପତି ହୋଇଛି ।


