ସଟ ବାଉଣ୍ଡରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଏହି ବ୍ଲକ ଅନ୍ତର୍ଗତ ରହଣିଆ ପଂଚାୟତ ସହିସଲାପୁର ଠାରେ ସଟ ବାଉଣ୍ଡରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଆୟୋଜିତ ପ୍ରତିଯୋଗିତା କୁ ବିଜେପି ନେତା ବଦ୍ରିନାରାୟଣ ଧଳ ଉଦଘାଟନ କରିଥିଲେ । ଏଥିରେ ୧୬ଗୋଟି ଦଳ ଭାଗନେଇଥିବା ବେଳେ ଫାଇନାଲ ମ୍ୟାଚ ମଞୁରୀରୋଡ ଓ ଖପୁରିଆପଦା ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ମଞୁରୀରୋଡ ଟିମ୍ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୭ଉଇକେଟ ହରାଇ ୩୭ରନ ସଂଗ୍ରହ କରିଥିଲା । ଜବାବରେ ଖପୁରିଆପଦା ଦଳ ୭ ଓଭର୫ଗୋଟି ଵଲରେ ଆବଶ୍ୟକ ରନ୍ ସଂଗ୍ରହ କରିଥିଲା । ଆୟୋଜକ ହାପି କ୍ଲବ ସଭାପତି ରୋହନୀ ନନ୍ଦନ ଧଳଙ୍କ ସଭାପତି ତ୍ଵରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଅଲିଭା ନାୟକ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଅମୂଲ୍ୟ ସେଠୀ, ନିମନ୍ତ୍ରିତ ଅତିଥି ଭାବେ ସମ୍ବାଦଦାତା ଦୁର୍ଯୋଧନ ଲେଙ୍କା ଯୋଗ ଦେଇ ଦୁଇ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ଅମ୍ଫାୟର ଭାବେ ଶିବାନୀ ଶଙ୍କର ସ୍ଵାଇଁ ଓ କଳ୍ପତରୁ ଧଳ ଖେଳ ପରିଚାଳନା କରିଥିବାବେଳେ ଓମପ୍ରକାଶ ସାହୁ ଓ କ୍ଷୀରୋଦ ସ୍ଵାଇଁ ଧାରା ବିବରଣୀ ପ୍ରଦାନ କରିଥିଲେ । ପ୍ରତିଯୋଗିତା କୁ କ୍ଲବ ର ଦୀପକ ଲେଙ୍କା, ମନୋଜ ଧଳ, ପରମେଶ୍ବର ଜେନା, ଶୁଭେନ୍ଦୁ ଧଳ, ସଂଜୟ ଜେନା, ରାକେଶ ଵରାଳ, ଅକ୍ଷୟ ଧଳ, ସୁଶାନ୍ତ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ