ପ୍ରାଣୀ ଚିକିତ୍ସାଳୟରେ ଦକ୍ଷତା ବୃଦ୍ଧି ତାଲିମ ଶିବିର ଉଦ୍ଯାପିତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ପ୍ରାଣୀ ଚିକିତ୍ସାଳୟ ଠାରେ ଗତ ୫ ଦିନ ଧରି ଚାଲି ଥିବା କୁକୁଡା ପାଳନ ସଂପର୍କୀତ ଦକ୍ଷତା ବୃଦ୍ଧି ତାଲିମ ଶିବିର ଗୁରବାର ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଦିବସରେ ତିହିଡିର ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡା.ମନୋଜ କୁମାର ସେଠୀ, ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା.ଚିତ୍ତ ରଞ୍ଜନ ଦାସ, ଅତିରିକ୍ତ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା.କମଳଲୋଚନ ବେହେରା ଯୋଗ ଦେଇଥିଲେ । ସେହିପରି ୨ୟରୁ ୪ର୍ଥ ଦିବସ ମଧ୍ୟରେ ଭଦ୍ରକର ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ଡା. ଚନ୍ଦ୍ର ଶେଖର ରଥ, ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡା.ଲଲାଟେଣ୍ଡୁ ଦାସ, ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ଡା.ଗଗନ ଚରଣ ପଣ୍ଡା, ଭଣ୍ଡାରିପୋଖରୀର ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡା.ଦେବାଶୀଷ ଜେନା, ଚାନ୍ଦବାଲି ପ୍ରାଣୀ ଚିକିତ୍ସକ ଡା.ସତ୍ୟଜିତ୍ ସାହୁ, ମିଶନଶକ୍ତିର ବିପିସି ଚିରଞ୍ଜୀବ ଦାସ ଯୋଗ ଦେଇଥିଲେ । ଏହି ଅବସରରେ କୁକୁଡା ପାଳନ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯିବା ସହ ରୋଗ ପ୍ରତିଷେଧକ, ଖାଦ୍ୟ, ଗୃହ ସଂପର୍କରେ ପରାମର୍ଶ ଦିଆଯାଇଥିଲା । ଏଥିରେ ୨୪ ଜଣ ମହିଳା ଓ ୬ ଜଣ ପୁରୁଷ ଚାଷୀ ତାଲିମ ନେଇଥିଲେ । ଶିବିର ପରିଚାଳନାରେ ପ୍ରାଣୀଧନ ନୀରିକ୍ଷକ ପ୍ରିୟବ୍ରତ ରାଉତ, କୃଷ୍ଣ ଚନ୍ଦ୍ର ଲେଙ୍କା, କାହ୍ନୁ ଚରଣ ମିଶ୍ର, ସୋମନାଥ ନାୟକ, ଶଶିକାନ୍ତ ନାୟକ, ସଞ୍ଜୟ କୁମାର ଜେନା, ରାଜେଶ କୁମାର ବିଶ୍ୱାଳଙ୍କ ସମେତ କର୍ମଚାରୀ ଶରତ ଚନ୍ଦ୍ର ସାହୁ, ରମେଶ ଚନ୍ଦ୍ର ବାରିକ ସହଯୋଗ କରିଥିଲେ ।


