ସାରସ୍ବତ ସାଧକ ହରନାରାୟଣ ମିଶ୍ରଙ୍କ ଲେଖନୀର ନବମ ସଂସ୍କରଣ ଉନ୍ମୋଚିତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବରିଷ୍ଠ ସାରସ୍ବତ ସାଧକ ହରନାରାୟଣ ମିଶ୍ରଙ୍କ ରଚିତ ଲେଖନୀର ପଦଯାତ୍ରା(୯ମ) ସଂସ୍କରଣ ଉନ୍ମୋଚିତ ହୋଇଯାଇଛି । କିଶୋର ସାହିତ୍ୟ ଭିତ୍ତିକ ଏହି ପୁସ୍ତକଟିକୁ ସାହିତ୍ୟ ସଂସ୍କୃତି ବିକାଶ ମଂଚ ସଭାପତି ଡଂ ସରୋଜ ନାୟକ,ବାରିପଦା ଗୋପବନ୍ଧୁ ସାହିତ୍ୟ ସଂସଦ ସଂପାଦକ ଅମିତାଭ ମିଶ୍ର,ମୟୂରଭଂଜ ସାଇନ୍ସ ଫୋରମ ସଦସ୍ଯ ମନୋଜ ପରିଡା, ଶିକ୍ଷକ ଅମୂଲ୍ୟ କୁମ୍ଭକାର ପ୍ରମୁଖ ଯୋଗ ଦେଇ ପୁସ୍ତକଟିକୁ ଉନ୍ମୋଚିତ କରିବା ସହ ଲେଖକଙ୍କ ପରିଣତ ବୟସରେ ଏଭଳି ଉଦ୍ଯମକୁ ଭୂୟସୀ ପ୍ରଶଂସା କରିଥିଲେ ।ଅଦ୍ଯାବଧି ଶ୍ରୀଯୁକ୍ତ ମିଶ୍ରଙ୍କର ୧୯ ଟି ପୁସ୍ତକ ପ୍ରକାଶିତ ହୋଇ ପାଠକୀୟଙ୍କ ସ୍ବିକୃତି ଲାଭ କରିଛି । ପୁସ୍ତକଟି ନିଶ୍ଚିତ ଭାବରେ ସାଂପ୍ରତିକ ଲେଖକଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ବକ୍ତାମାନେ ହରନାରାୟଣ ମିଶ୍ରଙ୍କ ଲେଖନା ଚାଳନାକୁ ଭୂୟସୀ ପ୍ରଶଂସା କରିବା ସହ ଭଗବାନ ତାଙ୍କୁ ଶକ୍ତି ଦିଅନ୍ତୁ ସେ ଯେଭଳି ଆଉ କିଛି ନୂତନ ପୁସ୍ତକ ଲେଖି ସମାଜର ମଙ୍ଗଳ କରନ୍ତୁ ବୋଲି କହିଥିଲେ ।


