ଗାନ୍ଧୀ ମଣିଷ ନଥିଲେ, ସେ ଥିଲେ ଅବତାର ପୁରୁଷ
ଭୁବନେଶ୍ୱର, : କଟକ-ପୁରୀ ରୋଡ଼ଠାରେ ସ୍ୱାମିଜୀ ପବ୍ଲିକ ସ୍କୁଲ୍ ପରିସରରେ ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ମହାତ୍ମାଗାନ୍ଧୀ ଅହିଂସା ଐତିହ୍ୟ ନ୍ୟାସର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଲେ ଯେ, ଓଡ଼ିଶାକୁ ବିଭିନ୍ନ ସମୟରେ ୮ଥର ଆସିଛନ୍ତି ଓ କଟକ ସ୍ୱରାଜ ଆଶ୍ରମ ରହଣୀ ସମୟରେ ଉକ୍ରଳଭୀମ ପଦ୍ମଚରଣ ଗାନ୍ଧିଜୀଙ୍କ ସେବା ବିଷୟରେ ଅବତାରଣା କରି ଗାନ୍ଧିଜୀଙ୍କୁ ଭଗବନ ଓ ଅବତାରୀ ପୁରୁଷ ବୋଲି କହିଥିଲେ । ବିଦ୍ୟାଳୟର ସଭାପତି ରବିନ୍ଦ୍ର କୁମାର ସ୍ୱାଇଁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ନାଗରିକ ପ୍ରଦୀପ୍ତ କୁମାର ଦାସ ଓ ସୁଶାନ୍ତ କୁମାର ପଣ୍ଡା ଅତିଥି ଭାବେ ଯୋଗ ଦେଇ ଗାନ୍ଧଜୀଙ୍କର ପ୍ରତ୍ୟେକଟି ଉପଦେଶ ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ରାଉତ ସ୍ୱାଗତ ଭାଷଣ ଓ ବିଦ୍ୟାଳୟର ସମ୍ପାଦିକା ଶ୍ରୀମତୀ ସନ୍ଧ୍ୟାରାଣୀ ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବାପୁଜୀଙ୍କ ଉପରେ ସୁନ୍ଦର ବକ୍ତବ୍ୟ ରଖିଥିଲେ ।


