ମଶାଣି ସଫେଇ ଓ ପ୍ଲାଷ୍ଟିକ ବର୍ଜନ ସଚେତନତା ରାଲି

ଗଂଜାମ,(ଯୁଗାବ୍ଦ ନ୍ୟୁଜ୍): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମଜୟନ୍ତୀ ଉପଲକ୍ଷେ ଗଂଜାମ ସ୍ଥିତ ଋଷିକୂଲ୍ୟା ନଦୀ ମଶାଣି ସଫେଇ ସହ ପ୍ଲାଷ୍ଟିକ ବର୍ଜନ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଗଂଜାମ ପରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ଓ ଭରତୀୟ ଷ୍ଟେଟବ୍ୟାଙ୍କ ଗଂଜାମ ଶାଖା ଆନୁକୂଲ୍ୟରେ, ଭରସା, ସକ୍ଷମ ଅନୁଷ୍ଠାନ ସହଯୋଗ ରେ ଏହି ସଫେଇ ଓ ସଚେତନତା କାର‌୍ୟ୍ୟକ୍ରମ ରେ ଷ୍ଟେଟବ୍ୟାଙ୍କ ର ମୁଖ୍ୟ ପ୍ରବନ୍ଧକ ମହେନ୍ଦ୍ର ବାଗାଦୀ, ବରିଷ୍ଠ ନାଗରିକ ପରିଷଦର ସଭାପତି ଲିଙ୍ଗରାଜ ପଟ୍ଟନାୟକ, ସମ୍ପାଦକ ଗୌରୀଶଙ୍କର ପାଢ଼ୀ, ଭରସା ର ସମ୍ପାଦକ ଦୂର୍ଗାମାଧବ ପାଣିଗ୍ରାହୀ, ସହ ସମ୍ପାଦକ ବିନୋଦ ଚନ୍ଦ୍ର ପଲେଇ ସକ୍ଷମ ର ଉପଦେଷ୍ଟା ସନ୍ତୋଷ ରେଡି, ସଭାପତି ବସନ୍ତ ସାହୁ, ଷ୍ଟେଟବ୍ୟାଙ୍କ ଡେପୁଟି ମ୍ୟାନେଜର ହେମନ୍ତ ପ୍ରଧାନ, ବରିଷ୍ଠ ନାଗରିକ ପରିଷଦ ର ଉପସଭାପତି ରବିନ୍ଦ କୁମାର ପଣ୍ଡା, ଓ ସୀମାଦ୍ରୀ ବେହେରା, ରିତେଶ କୁମାର ପଣ୍ଡା, ପତିତପାବନ ମହାପାତ୍ର, କିଶୋର ମହାପାତ୍ର, ରାମକୃଷ୍ଣ ଆଚର‌୍ୟ୍ୟ, ବୃନ୍ଦାବନ ପଣ୍ଡା, ପ୍ରାଣନାଥ ବେହେରା, ନରସିଂହ ମହାପାତ୍ର, ଦଣ୍ଡାସି ସାବତ, ରଘୁନାଥମହାପତ୍ର, ଶତ୍ରୁଘ୍ନ ପଣ୍ଡା, ଲାଲଟେନ୍ଦୁ ସାମଲ, ସୁଶାନ୍ତ କୁମାର ମହାପାତ୍ର ପ୍ରମୁଖ ସାମିଲ ଥିଲେ । ଆରମ୍ଭ ରେ ବରିଷ୍ଠ ନାଗରିକ ପରିଷଦ କାର‌୍ୟ୍ୟାୟଲ ରୁ ପ୍ଲାଷ୍ଟିକ ଓ ପଲଥିନ ବର୍ଜନ ନେଇ ଏକ ସଚେତନତା ରାଲି ବାହାରି ସହର ପରିକ୍ରମା କରିବାସହ ମଶାଣି ପର‌୍ୟ୍ୟନ୍ତ ଯାଇଥିଲେ । ସେଠାରେ ମଶାଣି ପରିସରରୁ ବିଭିନ୍ନ ପ୍ଲାଷ୍ଟିକ, ବୋତଲ ଆବର୍ଜନା ବାହାର କରାଯାଇ ସଫେଇ କରାଯାଇଥଲ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ