ବଡଦିନ ପାଇଁ ମୋହନା ବଜାରରେ ଭିଡ଼
ମୋହନା,( ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ୩୯ଟି ପଞ୍ଚାୟତ ରହିଛି | ଏହି ପଞ୍ଚାୟତଗୁଡ଼ିକରେ ଖ୍ରୀଷ୍ଟ ଧର୍ମ ଅବଲମ୍ବୀ ମାନେ ବହୁ ପରିମାଣରେ ବସବାସ କରନ୍ତି | ଏମାନଙ୍କ ସବୁଠାରୁ ବଡ଼ ପର୍ବ ହେଉଛି ଡିସେମ୍ବର ମାସ ର୨୫ତାରିଖ | ଏହି ଦିନରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ଗ୍ରହଣ କରିଥିଲେ | ତେଣୁ ପ୍ରତେକ ଖ୍ରୀଷ୍ଟ ଧର୍ମୀ ନିଜ ଘର କୁ ସାଯ ଶଯ୍ୟା କରିବା ସହ ନିଜ ପରିବାର ଲୋକଙ୍କ ପାଇଁ ନୂତନ ପୋଷାକ ,ଖାଦ୍ୟ ସାମଗ୍ରୀ କିଣିବା ପାଇଁ ଗାଁ ଗହଳି ରୁ ଲୋକେ ମୋହନା ବଜାର ଉପରେ ନିର୍ଭୟ କରନ୍ତି | ବେଶ ତିନି ଦିନ ହେଲା ବହୁ ପରିମାଣ ରେ ଦୋକାନ ଗୁଡିକ ରେ ଭିଡ଼ ଜମୁଛି | କିନ୍ତୁ ସାମାଜିକ ଦୂରତା ଓ ମାକ୍ସ କୁ ଭୁଲିଯାଇଛନ୍ତି କୋଭିଡ଼ି ପରେ ଏବେ ବ୍ୟବସାୟୀ ମାନେ ଅଣ୍ଟା ଭିଡିଛନ୍ତି, ଟ୍ରାଫିକ ସମସ୍ୟା ବୃଦ୍ଧି ପାଇଛି |


