ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ମହାଦେବନସା ବାସିନ୍ଦାଙ୍କୁ ଗୋଷ୍ଠୀ କେନ୍ଦ୍ର ଉତ୍ସର୍ଗୀକୃତ

ଯୋଡ଼ା,(ସମୀର କୁମାର ଦାସ): ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଓଡ଼ିଶାର କେନ୍ଦୁଝର ଜିଲ୍ଲା ଦେଓଝର ଗ୍ରାମ ପଞ୍ଚାୟତ ଅଧିନସ୍ଥ ମହାଦେବନସା ଗ୍ରାମ ବାସିନ୍ଦାଙ୍କୁ ରବିବାର ଦିନ ଏକ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଉତ୍ସର୍ଗୀକୃତ କରାଯାଇଛି ।ଟାଟା ଷ୍ଟିଲ ନୋଆମୁଣ୍ଡି (ଓଏମ୍‌କ୍ୟୁ ଡିଭିଜନ୍‌) ଚିଫ୍ ଶ୍ରୀ ରାମ ପ୍ରକାଶ ମାଲୀ, ଦେଓଝର ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ମଙ୍ଗଳ ମୁଣ୍ଡା ଓ ଯୋଡ଼ା ବ୍ଲକ୍ ପଞ୍ଚାୟତ ସମିତି ସଦସ୍ୟ ଶ୍ରୀ ଜୁଧିଷ୍ଠିର ପଲେଇ ମିଳିତ ଭାବେ ଏହି ଗୋଷ୍ଠୀ କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ ।ଏହି ଅବସରରେ ଉଦ୍‌ବୋଧନ ଦେଇ ଶ୍ରୀ ରାମ ପ୍ରକାଶ ମାଲୀ କହିଥିଲେ ଯେ, “ଟାଟା ଷ୍ଟିଲ ସ୍ଥାନୀୟ ଅଞ୍ଚଳର ବିକାଶ ପ୍ରତି ପ୍ରତିଶ୍ରୁତିବଦ୍ଧ ରହିଛି ଓ ଲୋକମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଉପରେ ସର୍ବଦା ଗୁରୁତ୍ୱ ଦେଇଆସିଛି” ।ଏହି ଗୋଷ୍ଠୀ କେନ୍ଦ୍ର ସ୍ଥାନୀୟ ଲୋକମାନଙ୍କୁ ସାଂସ୍କୃତିକ, ଆଧ୍ୟାତ୍ମିକ ଓ ଅନ୍ୟ ଗୋଷ୍ଠୀ କେନ୍ଦ୍ରିକ କାର୍ଯ୍ୟକ୍ରମ ଆୟୋଜନରେ ସହାୟତା କରିବ । ଏହାବ୍ୟତୀତ ଏଠାରେ ଗ୍ରାମର ଯୁବବର୍ଗଙ୍କ ନିମନ୍ତେ ବିଭିନ୍ନ ଏକାଡେମିକ୍ ଓ ସଚେତନତା ଅଧିବେସନର ଆୟୋଜନ ମଧ୍ୟ କରାଯାଇପାରିବ । ଏହି ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ ଓ ଗ୍ରାମ୍ୟ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ