ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ସ୍ୱଛତା ଅଭିଯାନ ସଚେତନତା ରାଲି

କେନ୍ଦ୍ରାପଡା – କେନ୍ଦ୍ରାପଡା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ୧ନମ୍ବର ସେକସନ ଆନୁକୁଲ୍ୟରେ ବୁଧବାର କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତର ମେହେନ୍ଦିପୁର ସ୍କୁଲଛକରୁ ସ୍ୱଛତା ଅଭିଯାନ ପାଇଁ ଏକ ସଚେତନତା ମଟର ସାଇକେଲ ରାଲି ବାହାରିଥିଲା । ଏହି ରାଲିକୁ ଜିଲ୍ଲାପାଳ ସମର୍ଥ ବର୍ମା ଓ ଭରତପୁର ସରପଂଚ ଜୀନତ ପ୍ରିୟଦର୍ଶିନୀ ରାଉତ ପତକା ଦେଖାଇ ଉଦଘାଟନ କରିଥିଲେ । ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ସି.ଏଲ.ଟି.ମୋଟିଭେଟରମାନେ ଭରତପୁର ପଂଚାୟତ ସମେତ ଶ୍ୟାମସୁନ୍ଦରପୁର, ଚକ୍ରୋଡା, ଭାଗବତପୁର, ଜମଧର, ଗୁଲନଗର ପଂଚାୟତରେ ପ୍ରତ୍ୟେକ ଗ୍ରାମକୁ ଗ୍ରାମ ବୁଲି ଲୋକମାନଙ୍କୁ ସ୍ୱଛତା ଅଭିଯାନରେ ସାମିଲ ହୋଇ ପାଇଖିନା ନିର୍ମାଣ କରି ବ୍ୟବହାର କରିବା ସହିତ ସ୍ୱଛତା ରକ୍ଷା କରିବାକୁ ସଚେତନ କରାଇବେ । ଏହି କାର୍ଯ୍ୟକ୍ରମରେ ବିଭାଗର କନିଷ୍ଠ ଯନ୍ତ୍ରୀ ଇଂ ରବିନ୍ଦ୍ର କୁମାର ପଣ୍ଡା,ଏସ.ଇ.ଏମ.ଗୋପାଳ ଚରଣ ଦାସ,ସ୍ୱଛତା ଅଭିଯାନ ସଂଯୋଜକଙ୍କ ସମେତ ସି.ଏଲ.ଟି.ମୋଟିଭେଟରମାନେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ