ଏଞ୍ଜେଲିନାଙ୍କ ପାଇଁ ଭଏସ୍ ଦେବେ ଐଶ୍ୱର୍ଯ୍ୟା

ହଲିଉଡ୍ ଅଭିନେତ୍ରୀ ଏଞ୍ଜେଲିନା ଜାଲିଙ୍କ ଫିଲ୍ମ “ମେଲଫିସଣ୍ଟ : ଦ ମିଷ୍ଟ୍ରେସ୍ ଅଫ୍ ଇଭିଲ୍’ ଅକ୍ଟୋବର ୧୮ ତାରିଖରେ ରିଲିଜ୍ ହେବ । ତେବେ ଏହି ଫିଲ୍ମର ଏକ ବଲିଉଡ୍ କନେକ୍ସନ ଥିବା ଖବର ସାମ୍ନାକୁ ଆସିଛି । ଏହାର ହିନ୍ଦୀ ଭର୍ସନରେ ଏଞ୍ଜେଲିନା ଜାଲିଙ୍କ ଭଏସ୍ ଡବିଙ୍ଗ୍ କରିଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ।
ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟରରେ ଏହି ସୂଚନା ଦେଇ ଲେଖିଛନ୍ତି, “ଏହା ଅଫିସିଆଲ୍ । ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ ଡିଜନେ ୟୁନିଭର୍ସରେ ସାମିଲ ହାଇଛନ୍ତି । “ମେଲଫିସଣ୍ଟ : ଦ ମିଷ୍ଟ୍ରେସ୍ ଅଫ୍ ଇଭିଲ୍’ ଫିଲ୍ମର ହିନ୍ଦୀ ଭର୍ସନରେ ଲିଡ୍ ରୋଲରେ ଥିବା ଏଞ୍ଜେଲିନା ଜାଲିଙ୍କ ପାଇଁ ସେ ଭଏସ୍ ଦେଇଛନ୍ତି । ଫିଲ୍ମର ହିନ୍ଦୀ ଓ ଇଂରାଜୀ ଭର୍ସନ ୧୮ ଅକ୍ଟୋବରରେ ରିଲିଜ୍ ହେବା ପରେ ଆପଣ ତାଙ୍କ ଭଏସ୍ ଶୁଣିବାକୁ ପାଇବେ ।’
ଏହି ଫିଲ୍ମର ପ୍ରଥମ ଭାଗ ୨୦୧୪ରେ ରିଲିଜ୍ ହୋଇଥିଲା । ଏଞ୍ଜେଲିନା ଜାଲିଙ୍କ ବ୍ୟତୀତ ଏଥିରେ ଏଲେ ଫାନିଙ୍ଗ୍, ଇମେଲଡା ସ୍କାଉଣ୍ଟନ୍, ଜୁନା ଟେମ୍ପଲ୍ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ । ଏହା ଏକ ଡାର୍କ ଫାଣ୍ଟାସି ଫିଲ୍ମ ଥିଲା । ଗାଟିଏ ପରୀର କାହାଣୀକୁ ନେଇ ଫିଲ୍ମଟି ହୋଇଥିଲା । ସୂଚନାଯୋଗ୍ୟ, ବଲିଉଡ୍ ଅଭିନେତା କିମ୍ବା ଅଭିନେତ୍ରୀ ହଲିଉଡ୍ ଫିଲ୍ମ ପାଇଁ ଭଏସ୍ ଦେବା ନୂଆ କଥା ନୁହେଁ?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ