ଗ୍ରୀନ୍ କ୍ରିସ୍ମାସ୍ବିହନ ପେଣ୍ଡୁରେ ଇକୋ-ଫ୍ରେଣ୍ଡଲି କ୍ରିସ୍ମାସ୍ ଟ୍ରି
ଭୁବନେଶ୍ୱର,(ୱାଇଏନ୍ଏସ୍): ବଡ଼ ଦିନର ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ବିହନ ପେଣ୍ଡୁ ଅର୍ଥାତ୍ (ସିଡ୍ବଲ୍)ରେ ତିଆରି କରିଛନ୍ତି କ୍ରିସ୍ମାସ୍ ଟ୍ରି । ପରିବେଶ ଉପଯୋଗୀ ବିହନ ପେଣ୍ଡୁରେ ତିଆରି ଟ୍ରି କୁ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ରଙ୍ଗ, ବେରଙ୍ଗ ମୁରୁଜର ସ୍ପର୍ଶ ଦେଇ ଗ୍ରୀନ୍ କ୍ରିସ୍ମାସ୍ ପାଳନ ପାଇଁ ଆହ୍ୱାନ ଜଣାଇଛନ୍ତି ।
କ୍ରିସ୍ମାସ୍ ଟ୍ରି ବିନା କ୍ରିସ୍ମାସ୍ ସେଲିବ୍ରେସନ ଅଧୁରା । ପ୍ରତି ଖ୍ରୀଷ୍ଟଧର୍ମର ଲୋକଙ୍କ ଘରେ ଏହି ଅବସରରେ ସୁ-ସଜ୍ଜିତ କ୍ରିସ୍ମାସ୍ ଟ୍ରି ଶୋଭାପାଏ । ବଜାରରେ ଉପଲବ୍ଧ ଚିକ୍ମିକ୍ ରଙ୍ଗ, ବେରଙ୍ଗ ଜରି ଓ ପ୍ଲାଷ୍ଟିକରେ ପ୍ରସ୍ତୁତ କ୍ରିସ୍ମାସ୍ ଟ୍ରି କୁ ଅନେକ ଘରେ ଓ ବାହାରେ ସଜାଇଥାନ୍ତି, ଯାହା ପରିବେଶ ପାଇଁ ଅନୁକୂଳ ହୋଇନଥାଏ । ପରିବେଶ ଉପଯୋଗୀ ଟ୍ରି ର ବ୍ୟବହାର ସହ ନାଚୁରାଲ ଗଛରେ ଘର ଓ ଚତୁଃପାଶ୍ୱର୍କୁ ସଜାଇବା ଓ ଗ୍ରୀନ୍ କ୍ରିସ୍ମାସ୍ ପାନଳ ପାଇଁ ଶ୍ରୀ ସାହୁ ନିବେଦନ କରିଛନ୍ତି । ମାଟି, ମଞ୍ଜି ଓ ଖତରେ ପ୍ରସ୍ତୁତ ଏହି ବିହନ ପିଣ୍ଡୁଳା ଗୁଡ଼ିକ ଜନସାଧାରଣଙ୍କୁ ସଚେତନତା ଉଦ୍ଦେଶ୍ୟରେ ସବୁଜ, ସୁନ୍ଦର ପରିବେଶ ସୃଷ୍ଟି ପାଇଁ ଏହା ଏକ ନିଆରା ପ୍ରୟାସ । ସୁଶାନ୍ତଙ୍କ ଏହି ଭିନ୍ନ ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ସ୍ୱାଗତ କରାଯାଇଛି ।