ଭିନ୍ନକ୍ଷମଙ୍କ ସମସ୍ୟା ସମାଧାନ କରିବା ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ହାଟଡିହି,(ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ଚଣ୍ଡୀ ବିରଞ୍ଚିପୁର ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲ ପରିସରରେ ପୁର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେପୟୀଙ୍କ ୯୬ତମ ଜନ୍ମଦିବସ ପାଳିତ ହୋଇଯାଇଛି । ସେଣ୍ଟ ଜାଭିୟର ହାଇସ୍କୁଲର ପ୍ରତିଷ୍ଠାତା ତଥା ସକ୍ଷମ ସଂଘର ସଭାପତି ଉଦୟନାଥ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସଭାରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଦିବ୍ୟାଙ୍ଗମାନେ ଯୋଗ ଦେଇଥିଲେ । ବାଜପେୟୀଙ୍କ ଜୀବନ ସଂଗ୍ରାମ, ନୀତି ଆଦର୍ଶ, ସଂଯମତା ଉପରେ ଅନୁପ୍ରାଣିତ ହେବାକୁ ଶ୍ରୀ କର ପରାମର୍ଶ ଦେଇଥିଲେ । ଏହି ଅବସରରେ ଦିବ୍ୟାଙ୍ଗମାନେ ସେମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ବିଶେଷକରି ବ୍ଲକରେ ୨୧ଶହରୁ ଉର୍ଦ୍ଧ ଦିବ୍ୟାଙ୍ଗ ଥିବାବେଳେ ୮୦୦ରୁ ଉର୍ଦ୍ଧ ୧୮ବର୍ଷରୁ ଉର୍ଦ୍ଧ ଭିନ୍ନକ୍ଷମ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୪୦୦ରୁ ଉର୍ଦ୍ଧ ଦିବ୍ୟାଙ୍ଗ ଭିନ୍ନକ୍ଷମ ଭତ୍ତା ପାଇଁ ଆବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଭତ୍ତା ମିଳିନଥିବାବେଳେ ୧୧ଜଣ ହିତାଧିକାରୀ ଭିନ୍ନକ୍ଷମ ସ୍କୁଟି ପାଇଁ ଆବେଦନ କରିଥିଲେବି ସେମାନଙ୍କୁ ଭିନ୍ନକ୍ଷମ ସ୍କୁଟି ଦିଆଯାଉ ନାହିଁ ବୋଲି ଦିବ୍ୟାଙ୍ଗମାନେ ଅଭିଯୋଗ କରିଥିଲେ । ସେହିପରି ଭିନ୍ନକ୍ଷମ ମାନଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉ ନଥିବାବେଳେ ସେମାନେ ବାରମ୍ବାର ବ୍ଲକକୁ ଦୌଡୁଛନ୍ତି । ବ୍ଲକରେ ସେମାନଙ୍କ ବୈଠକ ପାଇଁ କୌଣସି ସ୍ଥାନ ନଥିବାରୁ ସେମାନେ ନାନା ଅସୁବିଧା ଭୋଗ କରୁଛନ୍ତି । ସେମାନଙ୍କ ପାଇଁ ବ୍ଲକ ପରିସରରେ କୌଣସି ଶୌଚାଳୟ କରାଯାଇନଥିବା ଓ ବ୍ଲକକୁ କୌଣସି କାମରେ ଗଲେ ସେମାନଙ୍କ ଅଭିଯୋଗ ପ୍ରତି ବିଭାଗୀୟ ଅଧିକାରୀ ମାନେ ଗୁରୁତ୍ୱ ଦିଆଯାଉ ନଥିବା ନେଇ ଅଭିଯୋଗ କରିଥିଲେ । ଏହା ଉପରେ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଗୁରୁତ୍ୱ ଦେଇ ସେମାନଙ୍କ ଦାବି ଗୁଡିକୁ ଯଥାଶିଘ୍ର ପୁରଣ କରିବା ପାଇଁ ସଭାପତି ଉଦୟ ନାଥ କର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ