ମରୈଗାଁରେ ଲକ୍ଷ୍ମୀ ନାରାୟଣ ସାହିତ୍ୟ ସଂସଦ ଉଦଘାଟିତ

ହାଟଡିହି,(ବିକାଶ ବିଶ୍ୱାଳ): ମରୈଗାଁ ଠାରେ ନୁତନକରି ପ୍ରତିଷ୍ଠା କରାଯାଇଥିବା ଲକ୍ଷ୍ମୀନାରାୟଣ ସାହିତ୍ୟ ସଂସଦ ଉଦଘାଟିତ ହୋଇଯାଇଛି । ସଂସଦର ସଭାପତି ପ୍ରତୀମା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସ୍ତମ୍ବକାର ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇ ଗ୍ରାମାଞ୍ଚଳରେ ସାହିତ୍ୟ ସଂସଦର ଭୁମିକା ଗୁରୁତ୍ୱପୁର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ଗ୍ରାମଞ୍ଚଳରେ ଅଧିକ ସାହିତ୍ୟ ସଂସଦ ଗଠନ ହେଲେ ଯୁବପିଢ଼ୀଙ୍କ ମଧ୍ୟରେ ଓହିଆ ଭାଷା ସାହିତ୍ୟ ପ୍ରତି ଆଗ୍ରହ ବଢ଼ିବ ବୋଲି ସେ ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଆନନ୍ଦପୁର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ନାୟକ ଯୋଗଦେଇ କାଳଜୟୀ ସାହିତ୍ୟ ସୃଷ୍ଟି କରିବାରେ କବି ଓ ଲେଖକ ମାନେ ବ୍ରତୀ ହେବାକୁ ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଯୋଗାଚାର୍ଯ୍ୟ ବାଇଧର ମୁନୀ, ଶିଶୁ ସାହିତ୍ୟକ ରତ୍ନାକର ଦାସ, ସମ୍ବାଦ ସାହିତ୍ୟଘର ହାଟଡିହିର ସଭାପତି ଅନ୍ତର୍ଯ୍ୟାମୀ ରାଉତ, ବଳରାମ ପ୍ରଧାନ ପ୍ରମୁଖ ଯୋଗଦେଇ ଅବକ୍ଷୟମୁଖୀ ସମାଜକୁ ସୁଧାରିବାରେ ଯେଉଁ ସାହିତ୍ୟ ଓ କବିତାର ଆବଶ୍ୟକତା ଅଛି ସେଭଳି ଲେଖା ଉପରେ କବି ଓ ସାହିତ୍ୟକ ମାନେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ । ସମ୍ପାଦକ ସୁଦାମ ଚରଣ ଜେନା ପ୍ରାକ ସୁଚନା ପ୍ରଦାନ କରିଥିବାବେଳେ ଶିକ୍ଷବିତ ନାରାୟଣ ଚନ୍ଦ୍ର ଲେଙ୍କା ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ହାସ୍ୟମୟୀ ରାଜ ଓ ଦାସରଥି ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ କବିତାପାଠୋତ୍ସବରେ ଗୌରାଙ୍ଗ ଚରଣ ଆୟଚ, ମୁରଲୀଧର ବେହେରା, ଧୃବାନନ୍ଦ ସେଠୀ, ଦେବୀକା ଖୁଣ୍ଟିଆ, ସୁଶ୍ରୀ ସଂଗୀତା ପଣ୍ଡା, ନରେନ୍ଦ୍ର ପ୍ରସାଦ ବେହେରା, ବିଦ୍ୟୁତ ପ୍ରଭା ଦେଓ, ଶୁଭଦ୍ରା ସ୍ୱାଇଁ, ସରଳା ମହାପାତ୍ର, ସ୍ମୃତିପ୍ରଜ୍ଞା ମହାପାତ୍ର, କିର୍ତ୍ତନ ଚରଣ ନାୟକ, ସୁରେନ୍ଦ୍ର କୁମାର ପରିଡା, ସ୍ୱର୍ଣ୍ଣପ୍ରଭା ସେନାପତି, ଅଲେଖ ଚଣ ଗିରି, ଦିପ୍ତୀ ଦେବଦର୍ଶନୀ ସୁତାର, ଉମାକାନ୍ତ ଜେନା, ବିଜୟ କୁମାର ଧଳ, ଅନନ୍ତ ଚରଣ ମୁଦୁଲି, ଭାଗବତ ସାହୁ, ସୁରେନ୍ଦ୍ର କୁମାର ପଳତା, ଚିନ୍ତାମଣୀ ଦାସ, ବନମାଳି ଜେନାଙ୍କ ସମେତ ଶତାଧିକ କବି, କବୟତ୍ରୀ ସେମାନଙ୍କ ସ୍ୱରଚିତ କବିତାମାନ ଆବୃତ୍ତି କରିଥିଲେ । ଉପସଭାପତି ନିର୍ମଳ ଚନ୍ଦ୍ର ବାରିକ, ସାଂଗଠନିକ ସମ୍ପାଦକ ଶରତ କୁମାର ସେଠୀ, କୋଷାଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମଲ୍ଲିକ, ସାଂସ୍କୃତିକ ସମ୍ପାଦକ ହେମନ୍ତ କୁମାର ନାୟକଙ୍କ ସମେତ ସଂସଦର ସମସ୍ତ ସଦସ୍ୟ ସଦସ୍ୟା ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ