ମହାଶକ୍ତି ବଣିକ ସଂଘ ପକ୍ଷରୁ ମା ଗଜଲକ୍ଷ୍ମୀ ପୂଜା ନିମନ୍ତେ ଶୂଭ ଖୁଂଟି ସ୍ଥାପନ
ଛତ୍ରପୁର; ମଝି ବଜାର ସ୍ଥିତ ମହାଶକ୍ତି ବଣିକ ସଂଘ ପକ୍ଷରୁ ମା ଗଜଲକ୍ଷ୍ମୀ ପୂଜା ନିମନ୍ତେ ସଂଘର ସଭାପତି ତଥା ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ଶୁଭ ଖୁଂଟି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଘର ସଂପାଦକ କୈାଳାସ ଚନ୍ଦ୍ର ନାୟକ, ଉପଦେଷ୍ଟା ବିରଚିଂ ନାରାୟଣ ବେହେରା, କୋଷାଧ୍ୟକ୍ଷ ପ୍ରଫୁଲ କୁମାର ପଣ୍ଡା, ସୂର୍ଯ୍ୟନାରାୟଣ ପଣ୍ଡା, ପ୍ରଶାନ୍ତ ପଟ୍ଟନାୟକ, ଲୋକନାଥ ସାହୁ, ଏ.ଭେଙ୍କଟ ରାଓ, ଭି. ସୂର୍ଯ୍ୟନାରାୟଣ ମୂର୍ତୀ, ଲକ୍ଷ୍ମୀ ନାରାୟଣ ସୁବୁଦ୍ଧି, ଭି.ରାମ ମୋହନ ରାଓ, ମଙ୍ଗଳା ପଣ୍ଡା, ପି.ରାମ ପ୍ରକାଶ , ୱାସୁ, ରାମଲିଙ୍ଗେଶ୍ୱର ରାଓ , ସ୍ୱାମୀ, ରୁଦ୍ର ଙ୍କ ସମେତ ସମସ୍ତ ସଭ୍ୟ ମାନେ ଉପସ୍ଥିତ ପୂରୋହିତ ମନ୍ତ୍ରପାଠ କରି ପୂଜାଅର୍ଚ୍ଚନା ଶୁଭ ଖୁଂଟି ସ୍ଥାପନ କରାଯାଇଥିଲା ।