ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ବିଦ୍ୟାଳୟ ଭବନ ନବୀକରଣ ଓ ଦେଓଝର ବାସିନ୍ଦାଙ୍କୁ ନୂତନ ଗୋଷ୍ଠୀ କେନ୍ଦ୍ର ଉତ୍ସର୍ଗୀକୃତ
ଯୋଡ଼ା,(ସମୀର କୁମାର ଦାସ): କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ଅନ୍ତର୍ଗତ ଦେଓଝର ପଞ୍ଚାୟତ ବାସିନ୍ଦାମାନଙ୍କୁ ଉନ୍ନତମାନର ଭିତ୍ତିଭୂମି ଯୋଗାଇ ଦେବା ଲକ୍ଷ୍ୟରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ସ୍ଥାନୀୟ ଲୋକମାନଙ୍କ ଉଦ୍ଦେଶ୍ୟରେ ଆଜି ଏକ ‘ଗୋଷ୍ଠୀ କେନ୍ଦ୍ର’ ଉତ୍ସର୍ଗୀକୃତ କରାଯିବା ସହିତ ଏକ ୩ କକ୍ଷ ବିଶିଷ୍ଟ ବିଦ୍ୟାଳୟ ଭବନର ନବୀକରଣ କରାଯାଇଛି । ଦେଓଝରସ୍ଥିତ ଧବଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ନବୀକରଣ କରାଯାଇଥିବା ୩ଟି କକ୍ଷ ବିଶିଷ୍ଟ ବିଦ୍ୟାଳୟ ଭବନକୁ ଟାଟା ଷ୍ଟିଲ ଓଏମ୍କ୍ୟୁ ଡିଭିଜନ୍ ମହା ପ୍ରବନ୍ଧକ ଶ୍ରୀ ଅତୁଲ ଭଟ୍ଟନାଗର, ଦେଓଝର ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ମଙ୍ଗଳ ମୁଣ୍ଡା, ଯୋଡ଼ା ବ୍ଲକ୍ ପଞ୍ଚାୟତ ସମିତି ସଦସ୍ୟ ଶ୍ରୀ ଜୁଧୀଷ୍ଟର ପଲେଇ ଓ ଧବଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ହୃଷିକେଶ ମହନ୍ତଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ ।ସେହିପରି ଏକ ସମାନ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ନୋଆମୁଣ୍ଡି ଓଏମ୍କ୍ୟୁ ଡିଭିଜନ୍ ଚିଫ୍ ଶ୍ରୀ ରାମ ପ୍ରକାଶ ମାଲିଙ୍କ ସହିତ ଦେଓଝର ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ମଙ୍ଗଳ ମୁଣ୍ଡା ଓ ଯୋଡ଼ା ବ୍ଲକ୍ ପଞ୍ଚାୟତ ସମିତି ସଦସ୍ୟ ଶ୍ରୀ ଜୁଧୀଷ୍ଟର ପଲେଇ ମିଳିତ ଭାବରେ ଦେଓଝରଠାରେ ନୂତନ ରୂପେ ନିର୍ମିତ ଏକ ‘ଗୋଷ୍ଠୀ କେନ୍ଦ୍ର’ କୁ ଉଦ୍ଘାଟନ କରିଥିଲେ । ‘ଗୋଷ୍ଠୀ କେନ୍ଦ୍ର’ ସ୍ଥାନୀୟ ଲୋକମାନଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନର ଆବଶ୍ୟକତା ଓ ନବୀକରଣ ହୋଇଥିବା ବିଦ୍ୟାଳୟ ଭବନ ସ୍ଥାନୀୟ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଗତ ଆବଶ୍ୟକତାକୁ ପୁରଣ କରିବାରେ ସହାୟକ ହେବ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ କାଟାମାଟି ଖଣି ମାଇନିଂ ଅପରେସନ୍ସ ବିଭାଗ ମୁଖ୍ୟ ଶ୍ରୀ ରାହୁଲ କିଶୋର, ଦେଓଝର ୱାର୍ଡ଼ ମେମ୍ବର ଶ୍ରୀମତି ବିଳାସିନୀ ନାୟକ, ଦେଓଝରର ପୂର୍ବତନ ସରପଞ୍ଚ ଶ୍ରୀ ଜନାର୍ଦନ ନାୟକ, ଯୋଡ଼ା ବ୍ଲକ୍ର ପୂର୍ବତନ ଉପାଧ୍ୟକ୍ଷ ଶ୍ରୀମତି ରେବତୀ ନାୟକ, କେନ୍ଦୁଝରର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ବୀର ନାୟକ, ଶ୍ରୀ ଦୁଶ୍ମନ୍ତ ନାୟକ, ଶ୍ରୀ ଗଦାଧର ମହାକୁଡ଼, ଶ୍ରୀ ବେଣୁମାଧବ ନାୟକ, ଶ୍ରୀ ଜଗନ୍ନାଥ ବେହେରା, ଶ୍ରୀମତି ମିନା ଘନ, ଶ୍ରୀ ରାମଚନ୍ଦ୍ର ନାୟକଙ୍କ ସହିତ ଟାଟା ଷ୍ଟିଲ ଫାଉଣ୍ଡେସନ୍ର ଶାଖା ମୁଖ୍ୟ ଶ୍ରୀ ଦୁଳସୀଦାସ ଗନଭୀର ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।


