ଜଗତସିଂହପୁର ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ୨୪ ବିଜୁଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ।
ଜଗତସିଂହପୁର, (ଅନସୂୟା ରାଉତ): ଜଗତସିଂହପୁର ଜିଲ୍ଲାର ସାରଦା ମଣ୍ଡପ ପରିସରରେ ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଜଗତସିଂହପୁର ଜିଲ୍ଲାର ବରିଷ୍ଠ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲିଙ୍କ ଆହ୍ବାନ କ୍ରମେ ବିଜୁ ଜନତା ଦଳର କର୍ମୀମାନେ ଏକତ୍ରିତ ହୋଇ ମାନ୍ଯବର ପ୍ରଧାନମନ୍ତ୍ରୀଙ୍କ ଜୟ ଗାନ କରିଥିଲେ। ନବ ଉତ୍କଳ ଗଠନରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଭୂମିକା ବାବଦରେ ଉପସ୍ଥିତ କର୍ମୀ ଓ ନେତାମାନେ ଆଲୋଚନା କରିବା ସହିତ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲିଙ୍କ ଜୟଗାନ କରିଥିଲେ। ଏହି ଅବସରରେ ଜିଲ୍ଲା ପରିଷଦ ସଭ୍ୟ ସଭ୍ଯା, ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।


