ସମାଜ ସେବା କ୍ଷେତ୍ରରେ ଉତ୍କଷ୍ଟ ସେବା ପାଇଁ ତ୍ରିରଙ୍ଗା ସେବା ସଂଘ ସମ୍ମାନିତ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ପିଏନଏସ: ୨୦୦୪ ମସିହା ଠାରୁ ସମାଜ ସେବା କ୍ଷେତ୍ରରେ ପ୍ରତିବଦ୍ଧତା ଓ ନିଷ୍ଠା ସହ କାର୍ଯ୍ୟ କରୁଥିବା ହିଞ୍ଜିଳିକାଟୁ ପୌରାଂଚଳର ତ୍ରିରଙ୍ଗା ସେବା ସଂଘକୁ ସେବା ସମ୍ମାନରେ ସମ୍ମାନିତ କରାଯାଇଛି । ଗୋପବନ୍ଧୁଙ୍କପ ଧେୟ ବାକ୍ୟ’ ମିଶୁ ମୋର ଦେହ ଏ ଦେଶ ମାଟିରେ-ଦେଶ ବାସୀ ଚାଲିଯାଆନ୍ତୁ ପିଠିରେ’ଏବଂ ସ୍ୱାମୀ ବିବେକାନ୍ଦଙ୍କୁ ଆଦର୍ଶ ମାନି ସେବା, ତ୍ୟାଗ ଓ ନିସ୍ୱାର୍ଥପରତା ଦିଗରେଦୀର୍ଘ ୧୬ ବର୍ଷ ଧରି ସ୍ଥାନୀୟ ପୌରାଂଚଳ, ବ୍ଳକ ସମେତ ନିକଟବର୍ତି ଅଂଚଳରେବିଭିନ୍ନ ଗଠନ ମୂଳକ କାର୍ଯ୍ୟ ରକ୍ତଦାନ, ବୃକ୍ଷରୋପଣ, ସ୍ୱାସ୍ଥ୍ୟ ଶିବିର, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ସମାଜ ସେବା ଭଳି କାର୍ଯ୍ୟ ଗୁଡ଼ିକୁୁ ଜାରି ରଖିଥିବା ତ୍ରିରଙ୍ଗାଂ ସେବା ସଂଘକୁ ଜଗସିଂହପୁର ଜିଲ୍ଲା ତିର୍ତୋଲ ଠାରେ ସଂକଳ୍ପ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସେବା ସମ୍ମାନରେ ସମ୍ମାନିତ କୀରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜଗସିଂହପୁର ସାଂସଦ ଡ଼ଃ, ରାଜଶ୍ରୀ ମଲ୍ଲିକ, ଜନପ୍ରିୟ କବି ଡ଼ଃ. ଶୁଭ କୁମାର ଦାସ ପ୍ରମୁଖ ମଂଚାସୀନ ଥିଲେ । ତ୍ରିରଙ୍ଗା ସେବା ସଂଘର ସଭାପତି ରଂଜନ କୁମାର ସାହୁ, ସଂଯୋଜକ ନିଳାଂଚଳ ମୁନି ଓ ଶିବରାମ ବେହେରା ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଉକ୍ତ ସେବା ସମ୍ମାନ ଓ ପ୍ରମାଣପତ୍ରକୁ ଗ୍ରହଣ କରିଥିଲେ । ଏହି ସମ୍ମାନ ସଂଘର ପ୍ରତିଟି ସଦସ୍ୟଙ୍କ ମନରେ ସମାଜ ସେବା କ୍ଷେତ୍ରରେ କାର୍ଯ୍ୟ କରିବା ସକାଶେ ନୂତନ ଉତ୍ସାହଓ ପ୍ରେରଣା ପ୍ରଦାନ କରିବ ବୋଲି ସଂଘର ସଭାପତି ସାହୁ ଆଶାବ୍ୟକ୍ତ କରିଛନ୍ତି । ସମାଜ ସେବା କ୍ଷେତ୍ରରେ ତ୍ରିରଙ୍ଗା ସେବା ସଂଘ ସମ୍ମାନିତ ହେବା ପରେ ଅଂଚଳର ବହୁ ବୁଦ୍ଧିଜୀବି ସାଧୁବାଦ ଜଣାଇବା ସହ ସଂଘକୁ ପ୍ରଂଶସାର ସୁଅ ଛୁଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ