ବକେୟା ଦରମା ପାଇବା ନେଇ ଗଞ୍ଜାମ ଜିଲ୍ଲା କ୍ରୀଡା ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ
ଛତ୍ରପୁର,(ଦେବଦତ୍ତ ମହାରଣା): ଦୀର୍ଘ ୭ ମାସ ହେଲା ସେମାନଙ୍କ ବକେୟା ଦରମା ପାଇ ନଥିବା ନେଇ ଗଞ୍ଜାମ ଜିଲ୍ଲା ସାମୟିକ କ୍ରୀଡା ଶିକ୍ଷକ ସଂଘ ପକ୍ଷରୁ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଦ୍ୱାରସ୍ଥ ହୋଇଛନ୍ତି । କୋଭିଡ୍-୧୯ ସମୟରେ ଆପଣଙ୍କ ନିର୍ଦ୍ଦେଶ ଅନୁଯାୟୀ ସେମାନେ ପ୍ରଧାନ ଶିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟର ସବୁ ସମୟରେ ସେମାନେ ସେମାନଙ୍କ ଦାୟିତ୍ୱକୁ ନିଷ୍ଠାର ସହ ତୁଲାଇ ଆସିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଆମ୍ଭର ପ୍ରାପ୍ୟ ପାଇନାହୁଁ । ଏଣୁ ଏଦିଗରେ ତୁରନ୍ତ କୌଣସି ଉଚିତ୍ ପଦକ୍ଷେପ ନେଇ ଆମ୍ଭ କ୍ରୀଡା ଶିକ୍ଷକମାନଙ୍କ ବକେୟା ଦରମା ପ୍ରଦାନ କରିବାରେ ସହାୟକ ହେବା ନିମନ୍ତେ ଜିଲ୍ଲାପାଳଙ୍କୁ ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ସରୋଜ କୁମାର ମହାପାତ୍ର, ଜଗନ୍ନାଥ ପଲାଇ, ସନ୍ତୋଷ ପ୍ରଧାନ, ଖଗେଶ୍ୱର ସାହୁ, ଦିନବନ୍ଧୁ ସ୍ୱାଇଁ, ରାଜେନ୍ଦ୍ର ମହାଙ୍କୁଡ, ଖେଡୁ ପ୍ରଧାନ, ଅଭିରାମ ଗୌଡ, ଶ୍ୟାମଘନ ରାଉତ , ଜୟନ୍ତୀ ପ୍ରଧାନ, ବିଶ୍ୱନାଥ ପ୍ରଧାନ, ସୁଧୀର ଚନ୍ଦ୍ର ପାଢୀ, ଅଭୟ କୁମାର ପରିଡାଙ୍କ ସମେତ ବହୁ ଶିକ୍ଷକ ଉପସ୍ଥିତ ଥିଲେ ।