ଡଃ.ତିରୁପତି ପାଣିଗ୍ରାହୀଙ୍କ ପୁତ୍ର ରୂପେଶ ପାଣିଗ୍ରାହୀ ରାଜନୀତିକୁ ଆସିବେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳା ସ୍ୱାଭିମାନ ମଞ୍ଚର ମୂଖ୍ୟ ତଥା ହାଇଟେକ ଗ୍ରୁପର ମୂଖ୍ୟ ଶିଳ୍ପପତି ଡଃ.ତିରୁପତି ପାଣିଗ୍ରାହୀଙ୍କ ପୁତ୍ର ହାଇଟେକ ଗ୍ରୁପର ନିର୍ଦ୍ଦେଶକ ରୂପେଶ ପାଣିଗ୍ରାହୀ ରାଜନୀତିକୁ ଆସୁଥିବା ନେଇ ବିଭିନ୍ନ ଆଭାସ ମିଳିଛି । ରୂପେଶ ପାଣିଗ୍ରାହୀ ଜଣେ ଉଚ୍ଚ ଶିକ୍ଷା ସମ୍ପନ୍ନ ଯୁବ ସମାଜସେବୀ । ନିଜ ପିତା ଡଃ.ତିରୁପତି ପାଣିଗ୍ରାହୀଙ୍କ ସମାଜସେବାରେ ନିଜକୁ ଅନୁପ୍ରାଣୀତ କରି ପରଳାଖେମୁଣ୍ଡି ସହରରେ ମାଗଣା ସ୍ୱାସ୍ଥ୍ୟ ଶିବିର ବିଭିନ୍ନ ସମୟରେ ଆୟୋଜନ କରି ଏହି ଜିଲ୍ଲାର ରୋଗୀ ମାନଙ୍କୁ ମାଗଣା ଚିକିତ୍ସା ଓ ଔଷଧପତ୍ର ଆଦି ପ୍ରଦାନ କରିବା ସହ ସାଧାରଣ ଲୋକଙ୍କୁ ବିଭିନ୍ନ ଭାବେ ସହାୟତାର ହାତ ବଢାଇଛନ୍ତି । ଗତକାଲି ଯୁବ ସମାଜସେବୀ ରୂପେଶ ପାଣିଗ୍ରାହୀ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତ ଗସ୍ତକରି ଲୋକଙ୍କ ବିଭିନ୍ନ ସମସ୍ୟା ନେଇ ପଚାରି ବୁଝିବା ସହ ସମସ୍ତଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଛନ୍ତି । ଆଜି ମଧ୍ୟ ଗୁମ୍ମା ଓ କାଶୀନଗର ବ୍ଲକର ବିଭିନ୍ନ ଅଞ୍ଚଳ ନିଜ ପିତାଙ୍କ ସହ ଗସ୍ତକରି ଲୋକଙ୍କୁ ଭେଟିଛନ୍ତି । ଲୋକଙ୍କ ସମସ୍ୟାର ସମାଧାନ ପାଇଁ କୃଷକର ଉନ୍ନତି ଆବଶ୍ୟକ,ତେଣୁ ଏକ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରିବେ ବୋଲି ଉଭୟ ବ୍ଲକର ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି । ରୂପେଶ ପାଣିଗ୍ରାହୀଙ୍କ ଏହି ଗସ୍ତ ସମୟରେ ମୂଖ୍ୟତଃ ଯୁବଗୋଷ୍ଠୀ ମାନେ ତାଙ୍କୁ ବିଶେଷ ଭାବେ ସ୍ୱାଗତ କରି ଅଭିନନ୍ଦନ ଜଣାଉଥିବା ଲକ୍ଷ୍ୟ କରାଯାଉଥିଲା । ଯୁବଗୋଷ୍ଠୀ ସହ ବିଭିନ୍ନ ଗ୍ରାମବାସୀ ମାନେ ରୂପେଶ ପାଣିଗ୍ରାହୀଙ୍କ ଏହି ଗସ୍ତ ସମୟରେ ଲୋକଙ୍କ ସହ ବିଭିନ୍ନ ସୁବିଧା ଅସୁବିଧାର ଆଲୋଚନା ଯୋଗୁଁ ବେଶ୍ ଆନନ୍ଦ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ରୂପେଶ ବାବୁ ରାଜନୀତିକୁ ଆସିବା ଉଚିତ ବୋଲି ଅନେକ ସ୍ଥାନରେ ଯୁବଗୋଷ୍ଠୀ ଓ ଲୋକେ ମତବ୍ୟକ୍ତ କରିଛନ୍ତି । ଏ ସବୁକୁ ଲକ୍ଷ୍ୟ କଲେ ରୂପେଶ ପାଣିଗ୍ରାହୀ ରାଜନୀତିକୁ ଆସୁଥିବା ସ୍ପଷ୍ଟ ହୋଇଛି । ହେଲେ ସେ କହିଛନ୍ତି ନିଜ ପିତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଲୋକଙ୍କ ସେବା କରିବା ମୋର ମୂଳ ଲକ୍ଷ୍ୟ ଅଟେ । ରାଜନୀତିକୁ ଆସିବା ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଲୋକେ ଚାହିଁଲେ ସେମାନଙ୍କ ସେବା ପାଇଁ ଆସିପାରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ