ଶିଶୁ ସୁରକ୍ଷା ତାଲିମ୍ କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ତରଫରୁ ସମଗ୍ର ଶିକ୍ଷା ସମ୍ମି୍‌ିଳନୀ କକ୍ଷ ଠାରେ ଜିଲ୍ଲାରେ ଥିବା ସମସ୍ତ ଶିଶୁ ଯତ୍ନ ଗୃହର କର୍ମକର୍ତ୍ତା ମାନଙ୍କୁ ନେଇ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡୁଡା ପିଡି ସୁଦାମ ଚରଣ ମଣ୍ଡଳ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସମସ୍ତ ଯତ୍ନ ଦରକାର ହେଉଥିବା ଶିଶୁଙ୍କୁ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶିଶୁ ମାନେ ଶିଶୁ ଯତ୍ନ ଗୃହରେ ପଢିବେ, ଖେଳିବେ ଓ ବଢିବେ ସେଥିପ୍ରତି ସମସ୍ତ କର୍ମକର୍ତ୍ତା ମାନେ ଦାୟିତ୍ୱବାନ ହେବାକୁ ଡୁଡା ପିଡି ଶ୍ରୀ ମଣ୍ଡଳ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଶୁ ସୁରକ୍ଷା ଅଧିକାରୀ,ଆନୁଷ୍ଠାନିକ ଯତ୍ନ ଶରତ ଚନ୍ଦ୍ର ମହାରଣା ଯୋଗ ଦେଇ ପୁଙ୍ଖାନୁପୁଙ୍ଖ ଭାବେ କିଶୋର ନ୍ୟାୟ (ଯତ୍ନ ଓ ସୁରକ୍ଷା) ଆଇନ୍ ୨୦୧୫,ମୋଡଲ ରୋଲ୍ ୨୦୧୬ ବିଷୟରେ ବୁଝାଇଥିଲେ । ସରକାରଙ୍କ ଦ୍ୱାରା ପରିଚାଳିତ ଇ-ଶିଶୁ ସୁଚନାରେ ସମସ୍ତ ଶିଶୁଙ୍କ ବିଷୟକୁ ଅନ୍ତଃର୍ଭୁକ୍ତ କରିବା ପାଇଁ କୁହାଯାଇଥିଲା । ଯାହାଦ୍ୱାରା ସରକାରଙ୍କୁ ସୁବିଧା ହେବ ପରିଚାଳନା ତଥା ଶିଶୁଙ୍କୁ ସହାୟକ ହେବ । ସେହିପରି “ଟ୍ରାକ ଦି ମିଶିଙ୍ଗ ଚାଇଲ”୍ଡ ପୋର୍ଟାଲ ବିଷୟରେ ଆଲୋଚନା ହୋଇଥିଲା । ସାଧନ ବ୍ୟକ୍ତି ଭାବେ ଅମୀୟ କୁମାର ତ୍ରିପାଠୀ ଯୋଗ ଦେଇ ଶିଶୁ ଯତ୍ନ ଗୃହରେ ଶିଶୁ ରହିବା ସମୟରେ ପ୍ରତ୍ୟେକ ଶିଶୁ ର ବ୍ୟକ୍ତିଗତ ଯତ୍ନ ଯୋଜନା ଓ ସାମାଜିକ ତଦାରଖ ଫର୍ମ କରିଲେ ପ୍ରତ୍ୟେକ ଶିଶୁର ଥଇଥାନ କରିବା ସହଜ ହେବ । ଶିିଶୁଙ୍କ ଥଇଥାନ ନିମନ୍ତେ ସମସ୍ତ ଅଂଶୀଦାର ବିଭାଗ ମାନଙ୍କ ସହ ସମନ୍ୱୟ କରିବା ପାଇଁ ପରାମର୍ଶ ଦିଆଯାଇଛି । ଗଞ୍ଜାମ ଜିଲ୍ଲାରେ ମୋଟ ୧୩ ଟି ଶିଶୁ ଯତ୍ନ ଗୃହ ଅଛି । ଯେଉଁଥିରେ ଦୁଇ ପ୍ରକାର ଶିଶୁ ରହୁଛନ୍ତି । ଯଥା – ଯତ୍ନ ଓ ସୁରକ୍ଷା ଦରକାର ଥିବା ଶିଶୁ ଓ ଶିଶୁ କଲ୍ୟାଣ କମିଟି ଓ କିଶୋର ନ୍ୟାୟ ବୋର୍ଡର ଆଦେଶ ପ୍ରକାରେ ଆଇନ ସହିତ ଦ୍ୱନ୍ଦ ଥିବା ଶିଶୁ ରହୁଛନ୍ତି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ଶିବ ପ୍ରସାଦ ରଥ,ସୁଜିତ୍ କୁମାର ସାହୁ ଓ ସୁଦାମ ପାଣିଗ୍ରାହୀ ପରିଚାଳନା ରେ ସହ ଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ