ସମବାୟ ବ୍ୟାଙ୍କ ଏଟିଏମ ଉଦଘାଟିତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା);ବାଲେଶ୍ୱର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଭଣ୍ଡାରିପୋଖରୀ ଶାଖା ପକ୍ଷରୁ ଆଜି ଏକ ଏଟିଏମ ଉଦଘାଟିତ ହୋଇଯାଇଛି । ଶାଖା ପରିଚାଳକ ମାନସ ରଞ୍ଜନ ମହାପାତ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ମଞ୍ଜୁଲତା ମଣ୍ଡଳ, ବିିଧାୟକ ପ୍ରଫୁଲ୍ଲ ସାମଲ, ବ୍ୟାଙ୍କ ସଭାପତି ରଘୁନାଥ ଲେଙ୍କା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦିତ୍ୟ ପତି, ଧାମନଗର ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବୋର୍ଡ ପରିଚାଳନା କମିଟି ସଦସ୍ୟ ରମେଶ ଭାରତୀ, ସହକାରୀ ଶାଖା ପରିଚାଳକ ଧନୁର୍ଦ୍ଧର ସାହୁ, ପ୍ରଜ୍ଞା ମଲ୍ଲିକ, ଲକ୍ଷ୍ମୀଧର ଦାସ, ଦେବେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ପୂଜାର୍ଚ୍ଚନା ପରେ ଅତିଥି ମାନେ ଏଟିଏମକୁ ଉଦଘାଟନ କରି ଏହା ସ୍ଥାନୀୟ ଜନସାଧାରଣ ଓ ଚାଷୀଙ୍କ ପାଇଁ ଉପଯୋଗୀ ବୋଲି ମତବ୍ୟକ୍ତ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ପାଦକ ରାଜେନ୍ଦ୍ର ଖଣ୍ଡାଇ, ଜୟନ୍ତ ଭୋଇ, ସୁମନ୍ତ ସେନାପତି, ସୌମ୍ୟରଞ୍ଜନ ପଣ୍ଡା, ପିନାକ୍ଷୀ ଦାସ, ଅରବିନ୍ଦ ନାୟକ, ବିଜୟ ଖିଲାର, ଜୟନ୍ତ ସାହୁ, ରଞ୍ଜନ ବେହୁରିଆ, ଦେବେନ୍ଦ୍ରନାଥ ଧଳ, ସତ୍ୟନାରାୟଣ ପଲେଇ, ଅଶୋକ କୁମାର ଦାସ, ସୁକାନ୍ତ ସେଠୀ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ