ଦୀର୍ଘ ୬ ମାସରୁ ଉର୍ଦ୍ଧ୍ବ ଦିନ ଅଚଳ ଅବସ୍ଥାରେ ପଡ଼ିରହିଛି ପାନୀୟ ଜଳପ୍ରକଳ୍ପ,ଲୋକେ ପାଣି ପାଇଁ ହନ୍ତସନ୍ତ

କୋଦଳା,(ଗୁଲସନ କୁମାର କର): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବଡ଼ ଖଇରୀଖମା ପଞ୍ଚାୟତର ଥୁଆମୂଳ ଗ୍ରାମରେ ଆଜକୁ ପ୍ରାୟ ୬ ମାସରୁ ଉର୍ଦ୍ଧ୍ବ ଦିନ ହେବ ଅଚଳ ଅବସ୍ଥାରେ ପଡ଼ିରହିଛି ପାନୀୟ ଜଳ ପ୍ରକଳ୍ପ । ଗ୍ରାମର ଲୋକେ ପାଣି ପାଇଁ ବହୁବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ସୋଲାର ପଏଣ୍ଟ ମାଧ୍ୟମରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହେଉନଥିବା ଅଭିଯୋଗ ମଧ୍ୟ ହୋଇଛି । ଅତି ନିମ୍ନ ମାନର କାର୍ଯ୍ୟ ହୋଇଥିବା ଲୋକେ କହିଛନ୍ତି । ୬ ମାସ ରୁ ଉର୍ଦ୍ଧ ବିତିଯାଇଥିଲେ ମଧ୍ୟ ଗ୍ରାମକୁ ଠିକ୍ ସେ ପାନୀୟ ଜଳ କେବେ ମିଳିବ ସେ ନେଇ ବିଭାଗୀୟ ଅଧିକାରୀଙ୍କ ନଜର ମଧ୍ୟ ପଡୁନି କିମ୍ବା ଲୋକେ ପାଣି ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଲେ ମଧ୍ୟ ଅଧିକାରୀଙ୍କୁ କୌଣସି ଫରକ ପଡୁନି । ଆଜି ବି ଲୋକେ ପାଣି ଜନିତ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି ହେଲେ ସେମାନଙ୍କ ଦୁଃଖକୁ କେହି ଶୁଣୁ ନାହାନ୍ତି । ପାନୀୟ ଜଳ ପାଇଁ ରାଜ୍ୟ ସରକାର ବସୁଧା ଯୋଜନା କରିଥିଲେ ମଧ୍ୟ ଯୋଜନା ଖାଲି ଯୋଜନାରେ ହିଁ ରହିଯାଉଛି | ଏହା ଠିକ୍ ସେ କେବେ କାର୍ଯ୍ୟକାରୀ ହେବ ତାହା ଏବେ ପ୍ରଶ୍ନବାଚି ସୃଷ୍ଟି ହେଉଛି । କରୋନା ମହାମାରୀ ସମୟରେ ଲୋକେ ବହୁତ ହଟହଟା ହୋଇଛନ୍ତି ହେଲେବି ବିଭାଗୀୟ ଅଧିକାରୀ କୁମ୍ଭକର୍ଣ ନିଦ୍ରାରେ ସୋଇରହିଛନ୍ତି । ଲୋକ ମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି ହେଲେ ଯୋଜନାର କାର୍ଯ୍ୟକାରୀତା ନେଇ ବର୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ