ବେଗୁନିଆପଡା ବ୍ଲକରେ ପିସି କାରବାର ,ସାଧାରଣରେ ଭିଜିଲାନ୍ସ ତଦନ୍ତ ଦାବି

କୋଦଳା,(ଗୁଲସନ କୁମାର କର): ରାଜ୍ୟରେ ପିସି କାରବାରକୁ ରୋକିବା ପାଇଁ ସରକାର ୫ଟି ଲାଗୁ କରି ଲାଞ୍ଚୁଆ ଓ ପିସି କାରବାର କରୁଥିବା ଅଫିସର ମାନଙ୍କୁ ତାଗିତ କରୁଛନ୍ତି l ହେଲେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ବିଭିନ୍ନ ବିଭାଗର ଅଫିସର ମାନଙ୍କ ଖୁଲୁମଖୁଲା ଭାବରେ ପିସି କାରବାର ହେଉଥିବା ଏବେ ରାଜ୍ୟ ସରକାରଙ୍କ ୫ଟିର ବାସ୍ତବତାକୁ ପଦାରେ ପକାଇଛି l ଏହି ବ୍ଲକର ୨୩ ଟି ଗ୍ରାମ ପଞ୍ଚାୟତ ଥିବା ବେଳେ ଲୋକଙ୍କ ସୁବିଧା ଉପଯୋଗୀ ନିମନ୍ତେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ସରକାର ନିରୀହ ଲୋକଙ୍କୁ ଯୋଗାଇ ଦେଇଛନ୍ତି l ଏବଂ ରାସ୍ତା ଘାଟ ମରାମତି, କେନାଲ ନିର୍ମାଣ ଇତ୍ୟାଦି ପିସି କାରବାରରେ ଚାଲିଛି। କିନ୍ତୁ ଏହି ସବୁ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସରକାରୀ ବାବୁମାନେ ବ୍ୟାପକ ପିସି କାରବାର ହେଉଥିବା ଅଭିଯୋଗ ହେଉଛି l ସରକାରଙ୍କ ଯୋଜନା ଭିର୍ତ୍ତିକ କୌଣସି ଗାଇଡ଼ଲାଇନକୁ ନ ମାନି ସରକାରୀ କର୍ମଚାରୀମାନେ ନିଜ ପଦବୀର ବାହାଦୁରି ଦେଖାଇ ନିରୀହ ଲୋକ ମାନଙ୍କଠୁ ପିସି ନେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି l ଏବଂ ବିଡ଼ିଓ, ଜେଇ, ଅନ୍ୟ ଅଧିକାରୀମାନେ କାହାକୁ ଖାତିର କରୁନଥିବା ଅଭିଯୋଗ ହେଉଛି l ଏଭଳିକି ଏହା ପଛରେ ରାଜନୈତିକ ହାତ ମଧ୍ୟ ଲମ୍ବିକି ରହିଥିବା ଶୁଣିବାକୁ ମିଳୁଛି।ଏଥିରେ ନିରୀହ ଲୋକମାନେ ହଇରାଣ ହରକତ ହେବାକୁ ପଡୁଛି l ଏଣୁ ବେଗୁନିଆପଡା ବ୍ଲକର ସରକାରୀ ଅଧିକାରୀମାନେ ପିସି କାରବାର ଠାରୁ କିଭଳି ନିବୃତ ରହି ଜନତାଙ୍କ ସମସ୍ୟା ଦୂର କରିବେ ତାହା ପ୍ରଶ୍ନବାଚ୍ଚ ସୃଷ୍ଟି କରିଛି l ଏଣୁ ରାଜ୍ୟ ସରକାରଙ୍କ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ହେବା ସହ ଭିଜିଲାନ୍ସ ବିଭାଗ ତଦନ୍ତ କରିବାର ଆବଶ୍ୟକତା ରହିଛି । ଜଦ୍ଦ୍ୱାର ସେମାନେ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ଆଗକୁ ସରକାରୀ ବାବୁ ମାନେ ପିସି ନେବାକୁ ପଛଘୁଞ୍ଚା ଦେବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ