ମହାରାଷ୍ଟ୍ର ନିର୍ବାଚନ: ବିଜେପି-ଶିବସେନା ମେଣ୍ଟର ଆନୁଷ୍ଠାନିକ ଘୋଷଣା, ବିଦ୍ରୋହୀ ପ୍ରାର୍ଥୀଙ୍କୁ କଡ଼ା ଚେତାବନୀ

ମୁମ୍ବାଇ: ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ କ୍ଷମତାସୀନ ବିଜେପି ଏବଂ ଶିବସେନା ଆଜି ମେଣ୍ଟ ଗଠନ ନେଇ ଆନୁଷ୍ଠାନିକ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଏବଂ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଭୟ ଦଳର ମେଣ୍ଟ ଏବଂ ଆସନ ସ୍ଥିତି ନେଇ ଘୋଷଣା କରିଛନ୍ତି । ନୂଆ ଫର୍ମୁଲା ଅନୁଯାୟୀ ବିଜେପି ୧୫୦ ଏବଂ ଶିବସେନା ୧୨୪ ଆସନରେ ନିର୍ବାଚନ ଲଢ଼ିବ । ଏହି ଅବସରରେ ବିଦ୍ରୋହୀ ପ୍ରାର୍ଥୀମାନଙ୍କୁ କଡ଼ା ଚେତାବନୀ ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ଫଡ଼ନାଭିସ କହିଥିଲେ ଯେ ବିଜେପି-ଶିବସେନା ମେଣ୍ଟ ପ୍ରତି ଲୋକଙ୍କ ବିପୁଳ ସମର୍ଥନ ରହିଛି ଏବଂ ଏଥର ମେଣ୍ଟକୁ ବଡ଼ ବିଜୟ ମିଳିବ । ମହାରାଷ୍ଟ୍ରର ବିକାଶ ହିଁ ଆମର ଲକ୍ଷ୍ୟ ବୋଲି ସେ କହିଥିଲେ । ବିଦ୍ରୋହୀ ପ୍ରାର୍ଥୀମାନଙ୍କୁ ସେମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବାକୁ କୁହାଯିବ ଏବଂ ଯେଉଁମାନେ ଏହାକୁ ଅମାନ୍ୟ କରିବେ ସେମାନଙ୍କୁ ମେଣ୍ଟର କୌଣସି ଦଳରେ ମଧ୍ୟ ସ୍ଥାନ ମିଳିବ ନାହିଁ ବୋଲି ଫଡ଼ନାଭିସ ଚେତାବନୀ ଦେଇଥିଲେ । ଉଦ୍ଧବଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ସର୍ବାଧିକ ଭୋଟ୍ ବ୍ୟବଧାନରେ ଜିତାଇବାକୁ ଫଡ଼ନାଭିସ ଆହ୍ୱାନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ