ସ୍କୁଲ ପାଇଁ ସଂରକ୍ଷିତ ଜମିରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ପ୍ରସଙ୍ଗ: ଶୁଣାଣୀ କଲେ ଜିଲା ମାଜିଷ୍ଟ୍ରେଟ୍‌

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଅନ୍ତର୍ଗତ ବଡବର୍ଚ୍ଚିକୟାଁ ଗ୍ରାମ ପଞ୍ଚାୟତର ନିର୍ମାଣ ହୋଇଥିବା ନୂତନ କାର୍ଯ୍ୟାଳୟଟି ସ୍କୁଲ ପାଇଁ ସଂରକ୍ଷିତ ଜମିରେ ହୋଇଥିବା ନେଇ ଉଚ୍ଚ ନ୍ୟାୟାଳୟରେ ପୃଥକ ପୃଥକ ପି.ଆଇ.ଏଲର ଶୁଣାଣୀ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍ ଉଚ୍ଚ ନ୍ୟାୟାଳୟରେ କରିଛନ୍ତି । ଓଡିଶା ଉଚ୍ଚ ନ୍ୟାୟାଳୟର ଡବ୍ଲ୍ୟୁ.ପି(ସି) ନଂ-୨୩୭୮୮ର ଶୁଣାଣୀ ଜିଲା ମାଜିଷ୍ଟ୍ରେଟ ନିଜ ଇଜ୍‌ଲାସରେ କରିଥିଲେ । ଶୁଣାଣୀ ବେଳେ ଅଜିଯୋଗକାରୀଙ୍କ ସମେତ ବନ୍ତ ବିଡିଓ ରେବେକା ବିଲୁଙ୍ଗ, ତହସିଲଦାର ଇନ୍ଦିରା ସାହୁ ଉପସ୍ଥିତ ଥିଲେ । ଶୁଣାଣୀ ବେଳେ ଅଭିଯୋଗକାରୀଙ୍କୁ ଭବିଷ୍ୟତରେ ଯଦି ଉଚ୍ଚ ବିଦ୍ୟାଳୟ ହେଲେ ପ୍ରଶାସନ ପର୍ଯ୍ୟାପ୍ତ ଜମି ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ଏଥିପୂର୍ବରୁ ଏନେଇ ପି.ଆଇ.ଏଲ ଗୁଡିକର ଶୁଣାଣୀ କରି ସମାନ ପ୍ରତିଶୃତି ମଧ୍ୟ ଅଭିଯୋଗକାରୀ ମାନଙ୍କୁ ଜିଲା ମାଜିଷ୍ଟେଟ୍ ଦେଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ