ନବବଧୂ ମୃତ୍ୟୁ ଘଟଣାରେ ସ୍ୱାମୀ ଗିରଫ

ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ଥାନା ଅଧୀନ ହୁମର ଗ୍ରାମର ବର୍ଷା ନାମକ ଜଣେ ନବବଧୂ ଯୌତୁକ ଜନିତ ନିର୍ଯ୍ୟାତନା କାରଣରୁ ମୃତ୍ୟୁ ହୋଇଥିବା ଅଭିଯୋଗ ନେଇ ସ୍ୱାମୀ ପ୍ରବୀଣ ପଲାଇକୁ ପୁଲିସ ଗିରଫ କରି କୋର୍ଟ ଚାଲଣ କରିଛି । ଡିସେମ୍ବର ମାସ ୮ତାରିଖରେ ବର୍ଷାକୁ ବୈଦିକରୀତିରେ ପ୍ରବୀଣ ବିବାହ କରିଥିଲେ । ଡିସେମ୍ବର ୧୫ ତାରିଖରେ ବର୍ଷାର ଝୁଲନ୍ତା ଶବକୁ ପୁଲିସ ଉଦ୍ଧାର କରିଥିଲା । ଏନେଇ ମୃତ ବର୍ଷାର ମା’ ପ୍ରତିମା ନାହାକ ଯୌତୁକ ନିର୍ଯ୍ୟାତନା ଦେଇଥିବାରୁ ଏହାକୁ ବର୍ଷା ସହ୍ୟ ନ କରି ମରିବାକୁ ବାଧ୍ୟ ହୋଇଥିଲା ବୋଲି ଛତ୍ରପୁର ଥାନାରେ ଏକ ଅଭିଯୋଗ ଦାଖଲ କରିଥିଲେ । ପୁଲିସ ଘଟଣାର ଛାନଭିନ୍ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ପରେ ସ୍ୱୀମା ପ୍ରବୀଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ