ଦେବୀ ସ୍ୱଂୟ ସହାୟିକା ଗୋଷ୍ଠୀ ପକ୍ଷରୁ ଧାନମଣ୍ଡି ଉଦ୍‌ଘାଟିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଜିଲ୍ଲା ଯୋଗାଣ ପକ୍ଷରୁ ହିଞ୍ଜିଳିକାଟୁ ବ୍ଳକର ଏକମାତ୍ର ସ୍ୱଂୟ ସହାୟିକା ଗୋଷ୍ଠୀ ଦେବୀ ଏସଏଚଜି, ପୋଚିଲିମାକୁ ଚଳିତ ଖରିଫ ଋତୁ ୨୦୨୦-୨୧ରେ ଧାନ ସଂଗ୍ରହ କରିବା ସକାଶେ ଅନୁମତି ପ୍ରଦାନ କରାଯାଇଛଇ । ଏହି ପରିପ୍ରେକ୍ଷୀରେ ସଂପୃକ୍ତ ଏସଏଚଜି ପକ୍ଷରୁ ବିଧିବଦ୍ଧ ଭାବରେ ରବିବାର ଧାନ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କରାଯାଇଛି । ସ୍ଥାନୀୟ ବ୍ଳକ ପୋଚିଲିମା ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଧାନମଣ୍ଡି ଉଦ୍‌ଘାଟନରଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ ଯାଗଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ନିମନ୍ତ୍ରିତ ଅତିଥି ଭାବେ ବିଡ଼ିଓ ପ୍ରସନ କୁମାର ପାତ୍ର, ସରଂପଚ ଭାଣ୍ଡି ରବିନ୍ଦ୍ର, ଯୋଗାଣ ନିରୀକ୍ଷକ ପୁରଂଜୟ ସାହୁ, ସମ୍ମନ୍ନିତ ଶିଶୁ ବିକାଶ କାର୍ଯ୍ୟାଳୟର କାର୍ଯ୍ୟକ୍ରମ ଅଧିକାରିଣୀ ନଳିନି ସିଂ ଓ ସୁପରଭାଇଜର ବନଜା ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ ଦିବସରେ ସଂପୃକ୍ତ ଗ୍ରାମର ଚାଷୀ ଉପେନ୍ଦ୍ର ଦାସଙ୍କ ଠାରୁ ଧାନ ସଂଗ୍ରହ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି ଡ଼ି. ପୁର୍ଣ୍ଣବାସୀ, ସମ୍ପାଦିକା ଡ଼ି.ଲକ୍ଷ୍ମୀ, ପି. ଜୟ ସମେତ ଶ୍ରୀ ମା’ ଓ ସାବିତ୍ରୀ ରାଇସ ମିଲ୍‌ର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ