ରାଜ୍ୟ କୃଷି ବିପଣନ ପରିଷଦ ଉପଦେଷ୍ଟାଙ୍କ ଶକ୍ତିପୀଠ ପରିଦର୍ଶନ
ଗଞ୍ଜାମ,(ଯୁଗାବ୍ଦ ନ୍ୟୁଜ୍): ରାଜ୍ୟ କୃଷି ବିପଣନ ପରିଷଦ ତଥା ପୂର୍ବତନ ବାଚସ୍ପତି ରାମଚନ୍ଦ୍ର ପଣ୍ଡା ଗଂଜାମ ଓ ଛତ୍ରପୁର ବ୍ଲକର ବିଭିନ୍ନ ଶକ୍ତିପୀଠ ବୁଲି ମା ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ଆଜି ସେ ଗଂଜାମ ସହରର ମା ଦୂର୍ଗା ଦେବୀ , ମା ଠାକୁରାଣୀ ଶକ୍ତି ପୀଠ,ମା ଦକ୍ଷିଣକାଳି ଶକ୍ତିପୀଠ ଓ ଛତ୍ରପୁରର ମା ବ୍ୟାଘ୍ର ଦେବୀ ସମେତ ମା ତରାତାରିଣୀ ଶକ୍ତିପୀଠ, ମା ଦକ୍ଷିଣକାଳି ଶକ୍ତିପୀଠ, ଯାଇ ମାଁ ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ ।ଏହି ଗ୍ରସ୍ତ ସମୟରେ ସମର୍ଥକ ,ଶୁଭେଚ୍ଛୁ ,ମନ୍ଦିର କମିଟି, ଦଳୀୟ ସମର୍ଥକ .ସରପଞ୍ଚ ,ସମିତି ସଭ୍ୟ ,ଗ୍ରାମ୍ୟ କମିଟି ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।


