ସରିଲା ପକ୍ଷୀ ଗଣନା କାର୍ଯ୍ୟ; ୨୪ ପ୍ରଜାତିର ପକ୍ଷୀ ମଧ୍ୟରୁ ୪ ପ୍ରଜାତିର ବିଦେଶୀ, ମୋଟ ୪୦୪୨ ପକ୍ଷୀ

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରାଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ୨୦ ଟି ଜଳଭଣ୍ଡାର ନିକଟରେ ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଛି । ବୁଗୁଡା ବନାଞ୍ଚଳରେ ମୋଟ ୪୦୪୨ ପକ୍ଷୀ ଥିବା ପକ୍ଷୀ ଗଣନାରୁ ଜଣାପଡ଼ିଥିବା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା ପ୍ରକାଶ କରିଛନ୍ତି। ଏହି ଗଣନାରେ ୨୪ ପ୍ରଜାତିର ପକ୍ଷୀ ଥିବା ବେଳେ ୪ ପ୍ରଜାତିର ବିଦେଶୀ ପକ୍ଷୀ ଓ ୨୦ ପ୍ରଜାତିର ଦେଶୀୟ ପକ୍ଷୀ ଅଟନ୍ତି । ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ବାଘୁଆ ଜଳଭଣ୍ଡାର ସମେତ ୨୦ ଟି ଜଳଭଣ୍ଡାର ଗୁଡିକରେ ଏହି ପକ୍ଷୀ ଗଣନା କରାଯାଇଛି । ପକ୍ଷୀ ଗଣନା ପାଇଁ ୨୦ଟି ଟିମରେ ୩୯ ଜଣ କର୍ମଚାରୀ ନିଯୁକ୍ତି ହୋଇଥିବା ବେଳେ ପାର ଫରେଷ୍ଟର ଓ ବନ ସଂରକ୍ଷଣ ସମିତି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ