“ଡୁ ଦିଲସେ” ମ୍ୟୁଜିକ ଆଲବମ ର ଶୁଭାରମ୍ଭ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ଏ ସଂସାର ରେ ମନୁଷ୍ୟ ହେଉଛି ସବୁଠାରୁ ଶ୍ରେଷ୍ଠ ଜୀବ ଏବଂ ସମାଜରେ ବସବାସ କରୁଥିବାରୁ ମନୁଷ୍ୟ କୁ ସାମାଜିକ ପ୍ରାଣୀ ବୋଲି ମଧ୍ୟ କୁହାଯାଏ l ସମାଜରେ ବସବାସ କରୁଥିବା ମଣିଷ ମାନଙ୍କ ଭିତରେ କିଛି ଲୋକ ସ୍ୱାର୍ଥପର ହେବା ସହିତ କେବଳ ନିଜ ର ଓ ନିଜ ପରିବାର ଖୁସି ପାଇଁ ସବୁବେଳେ ଚିନ୍ତା କରୁଥିବା ବେଳେ ଅନ୍ୟ କିଛି ଲୋକ ନିସ୍ଵାର୍ଥପର ହୋଇ ସମାଜସେବୀ ଭାବେ ସମାଜରେ ରହୁଥିବା ଅସହାୟ, ଗରିବ ଲୋକଙ୍କୁ ବିଭିନ୍ନ ଉପାୟରେ ଖାଦ୍ୟ, ବସ୍ତ୍ର, ଅର୍ଥ ଇତ୍ୟାଦି ପ୍ରଦାନ କରି ସହାୟତା ର ହାତ ବଢ଼ାଇଥାନ୍ତି l କିନ୍ତୁ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳ ର କିଛି କଳାକାର ଏକ ଅଭିନଵ ଉପାୟରେ ଗରିବ ଓ ଅସହାୟ ମାନଙ୍କୁ ସହାୟତା କରିବା ପାଇଁ ଚେଷ୍ଟା କରିଛନ୍ତି l ଏହି ଅଞ୍ଚଳ ର କିଛି ନବାଗତ ଯୁବ ଓ ଶିଶୁ କଳାକାର ଙ୍କୁ ନେଇ “ଡୁ ଦିଲସେ ” ନାମରେ ୟୁ ଟ୍ୟୁବ ଚ୍ୟାନେଲ ରେ ଏକ ମ୍ୟୁଜିକ ଆଲବମ ର ରିଲିଜ କରାଯାଇଛି l ଯୁବ କଳାକାର ମନୋଜ କୁମାର ଙ୍କ ନିର୍ଦେଶନା ରେ ଏହି ମ୍ୟୁଜିକ ଚ୍ୟାନେଲ ର ସମସ୍ତ ଗୀତ କୁ ପ୍ରସ୍ତୁତ କରାଯାଇଛି l ଏହି ଚ୍ୟାନେଲ ମାଧ୍ୟମରେ ଯାହା କିଛି ଅର୍ଥ ଉପାର୍ଜିତ ହେବ ସେଥିରେ ଅସହାୟ ଓ ଗରିବ ଲୋକମାନଙ୍କୁ ସହାୟତା କରାଯିବା ସହିତ ଏ ଅଞ୍ଚଳ ର ଅନେକ ନବାଗତ କଳାକାର ଙ୍କୁ ସୁଯୋଗ ମଧ୍ୟ ଦିଆଯିବ l ଆଦିତି, ଅପରାଜିତା, ଶ୍ରାବଣୀ, ଅନ୍ଵେଷା ସେହି ଗୀତ ରେ ଅଭିନୟ କରିଛନ୍ତି l ନାଟ୍ୟ ନିର୍ଦେଶକ ଲୋକନାଥ କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l


