ଜିଲ୍ଲା ଯୋଜନା ଅଧିକାରୀଙ୍କ ସହ ଉନ୍ନୟନ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କଲେ ରାଜନଗର ବିଧାୟକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ମଙ୍ଗଳବାର ଜିଲ୍ଲା ଯୋଜନା ଓ ପରିସଂଖ୍ୟନ କାର୍ଯ୍ୟାଳୟରେ ପହଁଚି ରାଜନଗର ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ପ୍ରକଳ୍ପ ଗୁଡିକ କିଭଳି ତ୍ୱରାନ୍ୱିିତ କରାଯାଇ ଅନୁମୋଦନ କରାଯିବ ସେ ସମ୍ପର୍କରେ ଜିଲ୍ଲା ଯୋଜନା ଓ ପରିସଂଖ୍ୟନ ବିଭାଗର ଉପନିର୍ଦେଶିକା ଆର.ସି. ନାୟକଙ୍କ ସହ ଆଲୋଚନା କରିଛନ୍ତି । ସରକାରଙ୍କ ନୂତନ ନିୟମ ଅନୁଯାଇ ବିଧାୟକ ଆଚଂଳିକ ଉନ୍ନୟନ ପାଣ୍ଠିରୁ ପ୍ରଦାନ କରାଯାଇଥିବା ପ୍ରକଳ୍ପ ଗୁଡିକର ତୁରନ୍ତ ଅନୁମୋଦନ କରାଯିବା, କାର୍ଯ୍ୟାନ୍ୱୟନ ହୋଇନଥିବା ପ୍ରକଳ୍ପ ଓ ବିନିଯୋଗ ହୋଇଥିବା ପ୍ରକଳ୍ପ ଗୁଡିକ ସମ୍ପର୍କରେ ବିଧାୟକ ଶ୍ରୀ ସାହୁ ଜିଲ୍ଲା ଯୋଜନା ଓ ପରିସଂଖ୍ୟନ ବିଭାଗର ଉପନିର୍ଦେଶିକା ଆର.ସି. ନାୟକଙ୍କ ସହିତ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ବରିଷ୍ଠ ସରକାରୀ ଆଇନଜୀବୀ ଗଗନ ବିହାରୀ ଜେନା, ସରକାରୀ ଆଇନଜୀବୀ ସଂଜୟ କୁମାର ଜେନା, ପ୍ରଦ୍ୟୁମ୍ନ ସାମନ୍ତରାୟ, ରାଜେନ୍ଦ୍ର ମିଶ୍ର, ନିରଞ୍ଜନ ବଳ, ସ୍ମୃତି ରଂଜନ ସିଂ, ନିହାର ରଂଜନ ମହାପାତ୍ର, ଗୋବର୍ଦ୍ଧନ ରାଉତ, ବ୍ରଜ ସୁନ୍ଦର ରାଉତ, ରମାକାନ୍ତ ସ୍ୱାଇଁ , ମନୋଜ ସାହୁ , ମାନସ ଧଳ ପ୍ରମୁଖ ଉପସ୍ଥିତ ଥିଲେ ।