ବାଲେଶ୍ୱର ମାଟି ପାଇଁ ଗର୍ବ ସୁରଞ୍ଜିତା
ବାଲେଶ୍ୱର ମାଟି ପାଇଁ ଗର୍ବ ଆଣି ଦେଇଛନ୍ତି ସୁରଞ୍ଜିତା। ସୁରଞ୍ଜିତା ନିକଟରେ ‘ମିସେସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍’ ପ୍ରତିଯୋଗୀତାରେ ଭାଗ ନେଇ କୃତିତ୍ଵର ସହ ସଫଳ ହୋଇଛନ୍ତି। ଏ ଖବର ସମଗ୍ର ଜିଲ୍ଲାରେ ଖୁସିର ବାତାବରଣ ଖେଳାଇ ଦେଇଛି। କଲେଜ ଜୀବନରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ସେ ପୁରସ୍କୃତ ହୋଇଛନ୍ତି। ଡ୍ରିମ୍ ପ୍ରଡକ୍ସନ ପକ୍ଷରୁ ‘ମିସେସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍’ କାର୍ଯ୍ୟକ୍ରମ ଶରଦ ଚୌଧୁରୀଙ୍କ ପ୍ରଯୋଜନାରେ ସେପ୍ଟେମ୍ବର ୨୮ ତାରିଖରେ ଜୟପୁରସ୍ଥିତ ହେରିଟେଜ୍ ହୋଟେଲଠାରେ ଅନୁଷ୍ଠିତ ହୋଇଥିଲା ଫାଇନାଲ୍ ପ୍ରତିଯୋଗିତା । ଏଥିରେ ଶ୍ରେଷ୍ଠ ୧୫ ଜଣଙ୍କ ମଧ୍ୟରୁ ‘ମିସେସ୍ ଇଣ୍ଡିଆ ବେଷ୍ଟ ଡ୍ରେସ୍ ଅପ୍’ ପୁରସ୍କାର ଗ୍ରହଣ କଲେ ବାଲେଶ୍ଵରର ଝିଅ ସୁରଞ୍ଜିତା ଏଥିରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୩୦୦ରୁ ଅଧିକ ମହିଳା ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୮ ଜଣ ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ ହୋଇଥିଲେ। । ଏହି ପ୍ରତିଯୋଗିତାରେ ମୁମ୍ବାଇର ବଲିଉଡ୍ କଳାକାର ରାଜବିଜୟ ସିଂ, ଉପେନ୍ ପଟେଲ, ସଫିଆ ପ୍ରମୁଖ ବିଚାରକ ରୂପେ ଯୋଗ ଦେଇଥିଲେ।