ନାଉଗାଁ ବିଦ୍ୟୁତ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀଙ୍କ ଯୋଗଦାନ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ବିଦ୍ୟୁତ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ଭାବେ ଇଂ. ଦୀପକ କୁମାର ଭୂଇ ଗୁରୁବାର ଯୋଗ ଦେଇଛନ୍ତି । ପୂର୍ବରୁ ଉକ୍ତ କାର୍ଯ୍ୟାଳୟରେ ଥିବା କନିଷ୍ଠ ଯନ୍ତ୍ରୀ ଇଂ.କମଳାକାନ୍ତ ବିଶୋଇଙ୍କର ପଦୋନ୍ନତି ପରେ ଏହି ପଦବୀ ଟି ଖାଲି ପଡିଥିଲା । କାର୍ଯ୍ୟରେ ଇଂ. ଭୂଇ ଯୋଗ ଦେବା ପରେ ନାଉଗାଁରେ ବିଦ୍ୟୁତ ସେବାରେ ସୁଧାର ଆଣିବା ପାଇଁ ପ୍ରକାଶ କରିଛନ୍ତି । କାର୍ଯ୍ୟାଳୟ ତରଫରୁ କିରାଣୀ ଦେବନାରାୟଣ ମହାନ୍ତି, ଲାଇନ ମ୍ୟାନ ପ୍ରତାପ କୁମାର ମହାନ୍ତି, ମୁରଲୀଧର ବିଶ୍ୱାଳ, ଜନ୍ମଜେୟ ପୋଲେଇ, ନିହାର ରଂଜନ ସେଠୀ, ନିତ୍ୟାନନ୍ଦ ସ୍ୱାଇଁ, ଗୁରୁ ଚରଣ ମହାନ୍ତି, ନରେନ୍ଦ୍ର ବେହେରା, ସୁପରଭାଇଜର ଦେବଜ୍ୟୋତି ବଳଙ୍କ ସହ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ସ୍ୱାଗତ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ