ଭୁଲ ଭୁଲୈୟା-୨’ର ସୁଟିଂ ଆରମ୍ଭ
କାର୍ତ୍ତିକ ଆର୍ୟନ ଏବଂ ଅଭିନେତ୍ରୀ କିଆରା ଆଡଓ୍ବାନୀଙ୍କ ଆଗାମୀ ଫିଲ୍ମ ‘ଭୁଲ ଭୁଲୈୟା-୨’ର ସୁଟିଂ ଆରମ୍ଭ ହୋଇଛି। ଫଟୋଟିକୁ ସେୟାର କରିବା ସହ କାର୍ତ୍ତିକ ଏଥିରେ ଲେଖିଛନ୍ତି ‘ଶୁଭାରମ୍ଭ’। ଫିଲ୍ମ ‘ଭୁଲ ଭୁଲୈୟା’ର ଏହି ସିକ୍ୱେଲରେ ଖିଲାଡି ହିରୋ ଅକ୍ଷୟ କୁମାର ଏକ ପ୍ରମୁଖ ଚରିତ୍ରରେ ଅଭିନୟ କରିବେ ବୋଲି ଚର୍ଚ୍ଚା ଜୋର୍ ଧରିଛି। ଫିଲ୍ମଟି ଆଗାମୀ ଜୁଲାଇରେ ରିଲିଜ୍ ହେବ ବୋଲି ଜଣାପଡ଼ିଛି । କାର୍ତ୍ତିକ ନିଜେ ଇଷ୍ଟାଗ୍ରାମ୍ରେ ଏକ ଫଟୋ ଶେୟାରକରି ପ୍ରଶଂସକଙ୍କୁ ଏହା ଜଣାଇଛନ୍ତି ।