ପାରିବାରିକ କଳହରୁ ସ୍ଵାମୀର ଆତ୍ମହତ୍ୟା; ମୃତଦେହକୁ କାନ୍ଧ ଦେଲେ ପୁଲିସ ବାବୁ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଳକର ପଞ୍ଚାୟତ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହରୁ ଗଛରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବାବେଳେ ତାଙ୍କ ମୃତଦେହକୁ ଜଣେ ପୁଲିସ ଅଧିକାରୀ କାନ୍ଧ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ସୂଚନାଯୋଗ୍ୟ, କିଛିଦିନ  ତଳେ ବିସ୍କେଷନ ନାୟକଙ୍କ ପୁଅ ବାଟ ନାୟକ ବିବାହ କରିଥିଲେ । ବିବାହ ର କିଛିଦିନ ପରେ କୋଣସି କାରଣରୁ ପ୍ରତିଦିନ ଘରେ ନିଜ ସ୍ତ୍ରୀ ସହ ଝଗଡା ହେଉଥିଲା । ଗତ ଶନିବାର  ରାତିରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ପୁଣି  ଝଗଡ଼ା ହୋଇଥିଲା । ଯାହା ଫଳରେ ସ୍ଵାମୀ ବାଟ ନାୟକ ଆଉ ସହି ନ ପାରି ରବିବାର ଦିନ ସକାଳୁ ସକାଳୁ ଘର ପାଖରେ ଥିବା ଜଙ୍ଗଲକୁ ଯାଇ ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଥିଲେ । ଘରେ ଖୋଜାଖୋଜି କରିବା ପରେ ମୃତ ବାଟ ନାୟକ ଗଛରେ ଲୁଗା ଲାଗଇ ଆତ୍ମହତ୍ୟା କରିଥିବା ଦେଖି ରାଇକିଆ ଥାନାକୁ ସୂଚନା ଦିଆଯାଇଥିଲା । ବର୍ତମାନ ଦାୟିତ୍ଵରେ ଥିବା ରାଇକିଆ ଥାନା ଅଧିକାରୀ ରାଜେଶ କୁମାର ଶ୍ରୀ ଚନ୍ଦନ ଘଟଣାସ୍ଥଳରେ ପହଞ୍ଚିଥିଲେ। କେବଳ ମୃତଦେହକୁ ଜବତ କରିଥିଲେ ତାହା ନୁହେଁ, ମାନବିକତା ଦେଖାଇ ନିଜେ ମୃତଦେହକୁ କାନ୍ଧ ଦେଇଥିଲେ । ପୁଲିସ ଅଧିକାରୀଙ୍କ ଏହି ମହତ୍ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ