ଆଇନମନ୍ତ୍ରୀଙ୍କ କୁଷପୁତଳିକାକୁ ଦାହ କରିବାକୁ ନେଇ ବିରୋଧ କଲେ ମୋହନା ଓକିଲ ସଂଘ

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ସ୍ଥାନୀୟ ଓକିଲ ସଂଘ ପକ୍ଷରୁ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଷପୁତଳିକା ଦାହକୁ ନେଇ ବିରୋଧ କଲେ ମୋହନା ଓକିଲ ସଂଘ । ଡବଲ ମର୍ଡର ଘଟଣାକୁ ମାହାଙ୍ଗାରେ ଏକ ଶୋକର ଛାୟା ଖେଳିଯାଇଥିଲା ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ତଦନ୍ତ ଦାବିର ସ୍ୱର ଉତଳୋନ କରୁଥିବା ବେଳେ ଘଟଣାରେ ସମୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରିଥିଲା ମାହାଙ୍ଗା ପୁଲିସ । ଯାହା ଫଳରେ ବିଜେପି ଏହାକୁ ବିରୋଧ କରି ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଗିରଫ କରାଯାଉ ଦାବି କରି ବିଭିନ୍ନ ଥାନା, ଏସପି ଅଫିସ ଘେରାଉ କରି ପ୍ରତିବାଦ କରିଥିଲେ । ଏହା ସହ ଆଇନ ମନ୍ତ୍ରୀଙ୍କ କୁଷପୁତଳିକାକୁ ଦାହ କରିଥିଲେ । ଯାହାକି ଆଜି ଓକିଲ ସଂଘ ପକ୍ଷରୁ ସଂଘର ସଭାପତି ରବିନ୍ଦ୍ର କୁମାର ନାୟକ କହିଛନ୍ତି ବିଭିନ୍ନ ଦଳ ଦଳକୁ ନେଇ ନିଜ ଭିତରେ ଗଣ୍ଡଗୋଳ ହୋଇପାରନ୍ତି କିନ୍ତୁ ଜଣେ ଆଇନମନ୍ତ୍ରୀଙ୍କୁ ଏଭଳି ଅପମାନ କରିବା ନିନ୍ଦନୀୟ ଘଟଣା ବୋଲି ସେ ଓ ତାଙ୍କର ସଂଘର କର୍ମକର୍ତାମାନେ ବିରୋଧ କରିଛନ୍ତି । ଏହି ମର୍ଡର ଘଟଣାରେ ପୁଲିସ ହତ୍ୟାକାରୀମାନଙ୍କୁ ଗିରଫ କରିଛି ଓ ସେମାନଙ୍କୁ ଉଚିତ ଦଣ୍ଡ ଆଇନ ଅନୁଯାୟୀ ମିଳିବ କିନ୍ତୁ ଜଣେ ଆଇନ ମନ୍ତ୍ରୀକୁ ଅପମାନ କରିବା ନିନ୍ଦନୀୟ ଘଟଣା ବୋଲି ସମସ୍ତ କର୍ମାଚାରୀମାନେ ନିଜ ନିଜର ମତ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ