ପାଣି ଟୋପେ ପାଇଁ କାନ୍ଦୁଛନ୍ତି ମୋହନା ବ୍ଳକର ୩୯ଟି ପଚାଂୟତବାସୀ
ମୋହନା,(ଅଂଶୁମାନ ପଣ୍ଡା): ବିଜୁ ବାବୁଙ୍କ ସ୍ୱପ୍ନ ପୁରା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ଗଢିଛନ୍ତି । ଯେପରିକି କେହି ଭୋକିଲା ନ ରହିବେ, ଗରିବ ଶ୍ରେଣୀର ନରହିବେ, ଗାଁରୁ ସହର ଯାଏଂ ବିଦ୍ୟୁତ ସଂଯୋଗ ଓ ପକ୍କା କୋଠା ନିର୍ମାଣ, ପିଇବା ପାଇଁ ପାଣି ଯାହାକି ବସୁଧ ଜଳଧାରା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର ହେଲେ ତାକୁ କାମରେ ଲଗାଇ ପାରୁନାହାନ୍ତି ବ୍ଳକ ପ୍ରଶାସନ ଓ ପାନୀୟ ଜଳ ବିଭାଗ । ଯାହା ଫଳରେ ପାଣି ଟୋପେ ପାଇଁ ପ୍ରତ୍ୟେକ ଦିନ ସାହି ପଡିଶା ମଧ୍ୟରେ ଗଣ୍ଡଗୋଳ, ପରିବାର ମଧ୍ୟରେ ବିଶୃଙ୍ଖଳା ଦେଖା ଦେବା ସହ ନାହିଁ ନଥିବା ରୋଗରେ ଆକ୍ରାନ୍ତ ହେବା ସହ ମୃତ୍ୟ ବରଣ କରନ୍ତି । ଏହି ସବୁ ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରତ୍ୟେକ ପଚାଂୟତଙ୍କୁ କୋଟି କୋଟି ଟଙ୍କା ଦେଇଛନ୍ତି ବିସୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ହେଲେ ଏହାର ବିପରିତ ଦେଖିବାକୁ ମିଳୁଛି ମୋହନା ବ୍ଳକର ୩୯ଟି ପଂଚାୟତରେ । ପାଣିଗଣ୍ଡା ପଚାଂୟତରେ ବସୁଧା ଜଳଧାରା ଯୋଜନାରେ କୋଟି କୋଟି ଟଙ୍କା ବିନିମୟରେ ପାଣି ଟାଙ୍କି ନିର୍ମାଣ ହୋଇଛି ବିତିଗଲାଣି ୧ ବର୍ଷ କିନ୍ତୁ ଲୋକଙ୍କୁ କାମରେ ଆସୁନାହିଁ । ଲୋକେ ପୁଣି ସେହି ନାଳ ନର୍ଦମା ପାଣି ଉପରେ ହିଁ ଭରଷା ରଖନ୍ତି । ସେହିଭଳି ଅଡବା ଠାରେ ମଧ୍ୟ ନିର୍ମାଣ ହୋଇଛି ପାଣିଟାଙ୍କି ଲୋକଙ୍କୁ ଭଲ ପାଣି ଟୋପାଏ ମିଳୁପାରି ନାହିଁ ଶୀତ ଦିନେ ଭଲରେ ପାଣି ଟୋପେ ମିଳିପାରୁନାହିଁ ଆଗକୁ ଅଛି ଗ୍ରୀଷ୍ମ ଋତୁ, ପ୍ରବଳ ଖରାରେ ପାଣି ବୁନ୍ଦେ ବି ଯୋଗାଇ ପାରିବେ କି ନାହିଁ ସରକାର ତାହା ଏବେଠାରୁ ଚିନ୍ତା ଘାରିଛି । ଯାହା ଫଳରେ ସିଧା ସଳଖ ହରଭଙ୍ଗୀ ଡ୍ୟାମରୁ ଅବର୍ଜନା ପାଣୀ ଘରୋଇ ସପ୍ଲାଇ ଛଡାଯାଉଛି । ବିରିକୋଟ, କଟାମା, ଗରଡମା, ତୋରାଣୀପାଣୀ, ରାଇପଙ୍କା, ମାଣ୍ଡିମେରା, ଖାରିଗୁଡା ପିଣ୍ଡିକି ଶିକୁଳିପଦର, ବାଘମାରୀ ଚୁଡଙ୍ଗପୁର, ଅନ୍ତରବା, କେଶରୀଗୁଡା, ମୋହନାଗୁଡା,ବାଡେଗୁଡା, ବେଗଣ୍ଡା ଏପରିି ଅନେକ ଗ୍ରାମକୁ ବିସୁଧ ପାନୀୟ ଜଳ ଟୋପେ ମିଳୁନାହିଁ ଲୋକେ ପାହାଡିଆ ଝରଣା ପାଣି ଉପରେ ନିର୍ଭର କରନ୍ତି । ପୂର୍ବରୁ ଦିଆଯାଇଥିବା ନଳକୂପ ଗୁଡିକ ମଧ୍ୟ ଅଚଳ ହୋଇ ଖତ ଖାଉଛି ବିଶେଷ କରି ଦୀପ ତଳେ ଅନ୍ଧାର ଭଳି ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ମୋହନା ପଚାଂୟତରେ ,ଚାରି ଚାରି ପାଣିଟାଙ୍କି ଥାଇ ମଧ୍ୟ ମୋହନାବାସୀଙ୍କୁ ଭଲ ପାଣି ଟୋପେ ପିଇବାକୁ ମିଳି ପାରୁନି ଯାହା ଫଳରେ ମୋହନା ଦୁଇଟି ନଦୀର ସଂଘମ ସେଠାରୁ ସିଧା ସଳଖ ଉଠାଇ ସେହି ପାଣିକୁ ମୋହନାବାସୀଙ୍କୁ ଦିଆଯାଉଛି ପିଇବା ପାଇଁ | ଏପରିକି ୨ ଦିନ ପାଣି ଆସିଲେ ୪ ଦିନ ପାଣିର ଦେଖା ମିଳୁନି | ଏଥି ମଧ୍ୟରେ ଆଜି ପର୍ଯ୍ୟନ୍ତ ରଙ୍ଗମାଟିଆ, ପିଡବ୍ଲ୍ୟୁଡି, ନୂତନ ହରିଜନ ସାହି, ସବଷ୍ଟେସନ୍ ଆଦି ସାହି ଗୁଡିକରେ ବସବାସ କରୁଥିବା ଲୋକେ ପାଣି ଟୋପେ ମଧ୍ୟ ପାଇ ନାହାନ୍ତି । ସେହି ପୁରୁଣା ନଳକୂପର ରଙ୍ଗପାଣି ପିଇ କାଟୁଛନ୍ତି ଜୀବନ । ହେଲେ ଏସବୁ ବ୍ଳକ ପ୍ରଶାସନ ପାଖରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ପ୍ରକାର ସନ୍ତୁଷ୍ଟ ଜନକ ଉତର ମିଳିପାରୁ ନାହିଁ । ହେଲେ ସରକାରଙ୍କ କୋଟି କୋଟି ଟଙ୍କା ଯ।ଉଛୀ କୁଆଡେ ତାହାର ତଦନ୍ତ ହେବ କେବେ ? ଲୋକେ ପାଇବେ ବିସୁଦ୍ଧ ପାନୀୟ ଜଳ ପାଇବେ କେବେ ?


