କୋଭିଡ-୧୯ କଟକଣା ଯୋଗୁଁ କେନ୍ଦ୍ରାପଡା ସବଡିଭିଜନର ସମସ୍ତ ଅଚଂଳରେ ମକରମେଳା ପାଳନକୁ ନିଷିଦ୍ଧ ଘୋଷଣା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ରାଜ୍ୟରେ କୋଭିଡ-୧୯ ମହାମାରୀ ସଂକ୍ରମଣକୁ ରୋକିବା ତଥା ଜନସାଧାରଣଙ୍କୁ କୋଭିଡ-୧୯ ମହାମାରୀରୁ ସୁରକ୍ଷା ଦେବା ଏବଂ ଏହାର ସଂକ୍ରମଣ ରୋକିବା ପାଇଁ କେନ୍ଦ୍ରାପଡା ସବଡିଭିଜନର ସମଗ୍ର ଅଚଂଳରେ ମକରମେଳା ପାଳନକୁ ନିଷିଦ୍ଧ ଘୋଷଣା କରାଯାଇଛି । ସେହିପରି କୋଭିଡ ସମଦୃଶ୍ୟ ନୂଆ ସାର୍ସ କୋଭ – ୨ ଭାଇରସ ଯାହାକି ଦୃତ ଗତିରେ ସଂଯୁକ୍ତ ରାଷ୍ଟ୍ରରେ ବ୍ୟାପିଥିବାରୁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏସ.ଓ.ପି. ଯାରି କରିବା ପାଇଁ ଏବଂ ଏହି ସଂକ୍ରମଣ ରୋକିବା ପାଇଁ ଶକ୍ତ ପଦକ୍ଷେପ ନେବାକୁ କୁହାଯାଇଛି । ସେହିପରି ରାଜ୍ୟ ସରକାର କୋଭିଡ-୧୯ ନିୟନ୍ତ୍ରଣ – ୨୦୨୦ ତା ୧୮.୦୩.୨୦୨୦ରିଖ ନିର୍ଦେଶନାମା ଅନୁଯାଇ ମହାମାରୀ ରୋଗ ଧାରା ୧୮୯୭ ଉପଧାରା ୨(୧) ଅନୁଯାଇ ଉପଜିଲ୍ଲାପାଳଙ୍କୁ କ୍ଷମତାପନ୍ନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି । ଯେହେତୁ ମକର ମେଳା ସାଧାରଣତଃ ମକର ସଂକ୍ରାନ୍ତୀ ଦିନ ପାଳନ କରାଯାଏ ଏବଂ ଅନେକ ଲୋକ ଏହି ପର୍ବରେ ଏକାଠି ହୁଅନ୍ତି ଏଣୁ ବହୁଜନହିତ ଦୃଷ୍ଟିରୁ ଏହି ଜନସମାବେଶକୁ ରୋକିବାର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ଉପଜିଲ୍ଲାପାଳ ତଥା କୋଭିଡ – ୧୯ କ୍ଷମତାସଂପନ୍ନ ଅଧିକାରୀ ଜ୍ୟୋତିଶଙ୍କର ମହାପାତ୍ର କେନ୍ଦ୍ରାପଡା ଉପଖଣ୍ଡର ସମସ୍ତ ଅଚଂଳରେ ମକରମେଳା ପାଳନକୁ ନିଷିଦ୍ଧ ଘୋଷଣା କରିଛନ୍ତି । ତେଣୁ ସମସ୍ତ ତହସିଲଦାର ଓ ଥାନାର ଭାରପ୍ରାପ୍ତ ଅଧିକାରୀମାନେ ସେମାନଙ୍କ ଅଚଂଳରେ ଏହି ଆଦେଶନାମାକୁ ବଳବତ୍ତର ରଖିବାକୁ ନିର୍ଦେଶ ଦିଆଯାଇଛି ।


