ବୃଦ୍ଧବୃଦ୍ଧାଙ୍କୁ ଶୀତବସ୍ତ୍ର ବଣ୍ଟନ କଲେ ୟୁଥ ଅଫ କନ୍ଧମାଳ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ଥିବା ଗରିବ ବୃଦ୍ଧବୃଦ୍ଧା କୁ ୟୁଥ ଅଫ କନ୍ଧମାଳ ପକ୍ଷରୁ ମାଗଣାରେ କମଳ ପ୍ରଦାନ କରାଯାଇଛି | ବିଶେଷକରି ଫୁଟପାଥରେ ଶୋଇ ରହିଥିବା ଲୋକମାନଙ୍କୁ ରାତିରେ ସେମାନଙ୍କ ପାଖକୁ ଯାଇ କମଳ ପ୍ରଦାନ କରାଯାଇଥିଲା । ସଙ୍ଗଠନ ସଭାପତି  ଅଂଶୁମାନ ପ୍ରିୟଦର୍ଶନ ଶୀତବସ୍ତ୍ର ପ୍ରଦାନ କରିଥିଲେ । କେବଳ ଫୁଲବାଣୀ ସହର ନୁହେଁ ଖଜୁରୀପଡ଼ା, ଫିରିଙ୍ଗିଆ ବ୍ଲକର ଆଖପାଖ ଆଦିବାସୀ ଗ୍ରାମ ଗୁଡିକରେ ମଧ୍ୟ ଥିବା ଗରିବ ବୃଦ୍ଧବୃଦ୍ଧା ତଥା  ଅସହାୟଙ୍କୁ ଶୀତବସ୍ତ୍ର ପ୍ରଦାନ କରିଥିଲେ ତେବେ, ଶୀତରେ ପ୍ରଶାସନ ସେମାନଙ୍କୁ କମଳ ଯୋଗାଇବା କଥା କିନ୍ତୁ ବର୍ତ୍ତମାନ ସୁଦ୍ଧା ବଣ୍ଟନ କରିନାହିଁ । ଫଳରେ ସଙ୍ଗଠନ ପକ୍ଷରୁ କମଳ ପାଇ ବୃଦ୍ଧବୃଦ୍ଧା ବେଶ୍ ଖୁସି ଅନୁଭବ କରିଥିବା କହିଛନ୍ତି। ଅନ୍ୟମାନେ ମଧ୍ୟରେ ସୈାମ୍ୟଜିତ ତ୍ରିପାଠୀ , ଶିବ ସୁନ୍ଦର ସାହୁ, ଗୌତମ ହଂସ, ବାଦଲ ବେହେରା ପ୍ରମୁଖ ସହଯୋଗ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ