ପାରଳା ସ୍ନାତକ ମହିଳା କଲେଜ ଓ ଏବିଭିପି ତରଫରୁ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ସ୍ୱାମୀ ବିବେକାନନ୍ଦଙ୍କ ୧୫୮ତମ ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବ ଦିବସ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ପାଳିତ ହୋଇଯାଇଛି । ପାରଳା ସ୍ନାତକ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ୟୁନିଟ-୧ ପକ୍ଷରୁ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ରୀନା ସାହୁ ତାଙ୍କ ଅଭିଭାଷଣରେ,ସ୍ୱାମୀ ବିବେକାନନ୍ଦଙ୍କ ଜୀବନାଦର୍ଶ ଓ ତାଙ୍କ ସୁବାଣୀ ସମ୍ପର୍କରେ ଆଲୋକପାତ କରିବା ସହ ବର୍ତ୍ତମାନର ଯୁବପୀଢି ତାଙ୍କ ପ୍ରଦର୍ଶୀତ ଏହି ମାର୍ଗରେ ଅନୁପ୍ରାଣିତ ହେବା ପାଇଁ ଉପସ୍ଥିତ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ସେହିଭଳି ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀଣୀ ଅଧ୍ୟାପିକା ଡ.ଭାରତୀ ପାଣିଗ୍ରାହୀ ମଧ୍ୟ ସ୍ୱାମୀ ବିବେକାନନ୍ଦଙ୍କ ମାର୍ଗଦର୍ଶନ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ରାଜେଶ କୁମାର ପାତ୍ର ଓ ଏଲ୍‌. ଅଶୋକ କୁମାର ପ୍ରମୁଖ ପରିଚାଳନା କରିଥିଲେ । ସେହିପରି ପାରଳା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ସ୍ୱାମୀ ବିବେକାନନ୍ଦଙ୍କ ୧୫୮ତମ ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ୟୁଟେକ୍ କମ୍ପ୍ୟୁଟର ଇନ୍‌ଷ୍ଟିଟ୍ୟିଟ୍ ପରିସରରେ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ସରକାରୀ ପଲିଟେକ୍ନିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ କାହ୍ନୁଚରଣ ଦାସ ମୁଖ୍ୟ ଅତିଥି,ରାଜତାରା କଲେଜର ଅଧ୍ୟକ୍ଷା ପଦ୍ମବାସିନୀ ଲିମ୍ମା,ୟୁଟେକ୍ କମ୍ପ୍ୟୁଟର୍ ଇନ୍‌ଷ୍ଟିଚ୍ୟୁଟ୍‌ର ମୁଖ୍ୟ ଲୋକନାଥ ମିଶ୍ର ଓ ଶିକ୍ଷକ ପ୍ରସନ୍ନ କୁମାର ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ରାଷ୍ଟ୍ରୀୟ ଯୁବ ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ନୃତ୍ୟ,ସ୍ଲୋଗାନ,ଲିଖନ,ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମରେ ଏବିଭିପିର ଜିଲ୍ଲା ମୁଖ୍ୟ ବାଳକୃଷ୍ଣ ଜେନା ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ସଂଯୋଜକ ଏମ୍‌.ତୁଷାର ଦାସ,ନଗର ସହସମ୍ପାଦକ କାହ୍ନା ମହାପାତ୍ର,ସମୀର ରଞ୍ଜନ ପାଣିଗ୍ରାହୀ,ଦୀପକ ପାଣିଗ୍ରାହୀ,ଆକାଂକ୍ଷା ଖଡ୍ଗରାୟ,ବିଘ୍ନେଶ୍ୱର ପଣ୍ଡା ଓ ରାଧାଗୋବିନ୍ଦ ପଣ୍ଡା ସମେତ ଅନ୍ୟାନ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ