ସୁନାମୁହିଁରେ ବିଶ୍ୱଶାନ୍ତି ମହାଯଜ୍ଞ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ନେରଡା ନିକଟବର୍ତ୍ତୀ ବୈତରଣୀ ତଟରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା ସୁନାମୁହିଁଙ୍କ ମନ୍ଦିର ପ୍ରାଙ୍ଗଣରେ ୪ଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପୁରୀରୁ ଆସିଥିବା ପୁରୋହିତ ଓ ବ୍ରାହ୍ମଣମାନଙ୍କ ଦ୍ୱାରା ଘଟସ୍ଥାପନା ହେବା ପରେ ବୈଦିକ ବିଧି ଅନୁଯାୟୀ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ଗତ ସୋମବାର ଠାରୁ ଆରମ୍ଭ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଓ ଜନସାଧାରଣ ଯୋଗଦେଇ ଯଜ୍ଞରେ ଆହୂତି ଦେବା ସହିତ ମା ସୁନାମୁହିଁଙ୍କ ପୂଜାର୍ଚ୍ଚନା କରିଥିଲେ । ଗ୍ରାମର ସୁରେନ୍ଦ୍ର ଜେନା ଓ ସୁମତୀ ଜେନା କର୍ତ୍ତା କର୍ତ୍ତୀ ଭାବେ ପୂଜାକାର୍ଯ୍ୟ ନିର୍ବାହ କରିଥିଲେ । ମନ୍ଦିର ପୂଜା କମିଟି ସଦସ୍ୟ ଓ ଗ୍ରାମବାସୀମାନେ ଚାରିଦିନ ଧରି ଯଜ୍ଞକୁ ପରିଚାଳନା କରିଥିଲେ । ଅନୁରୂପ ଭାବେ ଆଖୁଆପଦା ଛକ ନିକଟ ବୈତରଣୀ କୂଳ ମାଆ ମଙ୍ଗଳାଙ୍କ ନିକଟରେ ମକର ସଂକ୍ରାନ୍ତି ଉପଲକ୍ଷେ ହୋମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ