ଚାନ୍ଦପୁରରେ ରାମ ଚରିତ ମାନସର ଶୁଭ ଖୁଣ୍ଟି ସ୍ଥାପନ

ଚିକିଟି, (ଯୁଗାବ୍ଦ ନ୍ୟୁଜ) : ଚିକିଟି ବ୍ଳକ୍ ର ଚାନ୍ଦପୁର ପଞ୍ଚାୟତର ଚାନ୍ଦପୁର ବସଷ୍ଟାଣ୍ଡରେ ଷଷ୍ଠ ବର୍ଷ ପାଇଁ ଅନୁଷ୍ଠିତ ହେବାକୁ ଥିବା ନବାହ୍ନ ପାରାୟଣ ବା ରାମ ଚରିତ ମାନସ ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ ହୋଇଯାଇଛି।ସୁନ୍ଦରେସ୍ୱର ବନିକସଙ୍ଘ ଓ ଅଞ୍ଚଳ ବାସୀଙ୍କର ସାହାଯ୍ୟ ସହଯୋଗରେ ଏ ବର୍ଷ ଏହି ପର୍ବକୁ ୯ଦିନ ରାମଚରିତ ମାନସ ଓ ଶେଷ ୨ ଦିନ ଭାଗବତ ଶାସ୍ତ୍ର ଆଲୋଚନା ନିମନ୍ତେ ନିଷ୍ପତ୍ତି ନିଆଯାଇଛି।ଏହି ୧୧ ଦିନର କାର୍ଯ୍ୟକ୍ରମରେ ପାରାୟଣ ବ୍ୟାସ ରୂପେ ପୁରୁଷୋତ୍ତମ ଦାସ ମହାରାଜ ଓ ପ୍ରବକ୍ତା ରୂପେ ସାଧୁବାଣୀ କାର୍ଯ୍ୟକ୍ରମର ପଣ୍ଡିତ ଜିତୁ ଦାସ,ବସନ୍ତ ପଣ୍ଡା,ମମତା ପଟ୍ଟନାୟକ,ମହେଶ ସାହୁ ଓ ବିପ୍ରଚରଣ ମିଶ୍ର ପ୍ରଭୃତି ଯୋଗ ଦେବେ।ଏହି ସମସ୍ତ କାର୍ଯ୍ୟକ୍ରମ ପୁରୋହିତ ପ୍ରସାଦ କୁମାର ପ୍ରହରାଜ ଓ ହରେକୃଷ୍ଣ ମିଶ୍ରଙ୍କ ତତ୍ତ୍ୱାବଧାନରେ ହେଉଥିଲା ବେଳେ ଆଖ ପାଖ ଅଞ୍ଚଳର ବହୁତ ଶ୍ରଦ୍ଧାଳୁମାନେ ଏଥିରେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ