ପୌରାଞ୍ଚଳ ୪ଟି ୱାର୍ଡ଼ରେ ସ୍ୱଚ୍ଛ ସର୍ବେକ୍ଷଣ ଅଭିଯାନ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ସ୍ୱଚ୍ଛ ଭାରତ ମିଶନ ଆନୁକୂଲ୍ୟରେ ରାଜ୍ୟରେ ଆରମ୍ଭ ହୋଇଛି ସ୍ୱଚ୍ଛ ଓଡ଼ିଶା- ସୁସ୍ଥ ଓଡ଼ିଶା କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏକମାତ୍ର ପୌର ପରିଷଦକୁ ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ରେ ଶୀର୍ଷ ର‌୍ୟାଙ୍କ୍ ହାସଲ କରିବା ନିମନ୍ତେ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ସ୍ୱଚ୍ଛ ସର୍ବେକ୍ଷଣ ଅଭିଯାନ ୨୦୨୧ । ହିଞ୍ଜିଳିକାଟୁ ପୌର ପରିଷଦକୁ ଓଡ଼ିଶା ତଥା ଭାରତରେ ୧ନମ୍ବର କରିବା ପାଇଁ ସ୍ଥାନୀୟ ପୌରାଂଚଳର ପ୍ରତିଟି ୱାର୍ଡ଼ରେ ସ୍ୱଚ୍ଛତା ଓ ପରିବେଶ ଉପରେ କାର୍ଯ୍ୟନୟନ ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ରବିବାର ପୌରାଂଚଳର ୪ଟି ୱାର୍ଡ଼ ଯଥା ୧୭, ୧୮. ୨୦ ଓ ୨୧ ନଂ ୱାର୍ଡ଼ରେ ପରିମଳ ଓ ସ୍ୱଚ୍ଛତା ସମ୍ବନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୌର କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାଶଙ୍କ ତତ୍ୱାବଧାନରେ ୨୦ନଂ ୱାର୍ଡ଼ ଆଙ୍କୋରଡ଼ାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ କୁମାର ପାତ୍ର ଓ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଯୋଗ ଦେଇଥିଲେ । ରବିବାର ପ୍ରଥମ ପର୍ଯ୍ୟାୟ ସ୍ୱଚ୍ଛ ସର୍ବେକ୍ଷଣ ଅଭିଯାନ ଶେଷ ହୋଇଥିବା ବେଳେ ଆଗାମୀ ଦିନରେ ୨ୟ ପର୍ଯ୍ୟାୟ କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ମିଳିଛି । ଏଥି ପୂର୍ବରୁ ସ୍ୱଚ୍ଛ ସାଥୀ ଓ ସୁପରଭାଇଜର ମାନେ ପ୍ଳକାର୍ଡ଼ ଓ ସ୍ଳୋଗାନ ଦେଇ ସଂପୃକ୍ତ ୱାର୍ଡ଼ ଗୁଡ଼ିକରେ ପରିକ୍ରମା କରି ସଚେତନତା ବାର୍ତା ପ୍ରଦାନ କରାଯାଇଥିଲା । ସ୍ଥାନୀୟ ପୌରାଂଚଳ ଲକ୍ଷ୍ମୀ ନୃସିଂହ କଳା ମନ୍ଦିର ନୃତ୍ୟ ଅନୁଷ୍ଠାନର ଶିଶୁ କଳାକାର ମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ଓ ଗୀତ ମାଧ୍ୟମରେ ସାହି ବାସିନ୍ଦାଙ୍କୁ ସ୍ୱଚ୍ଛତାର ବାର୍ତା ପ୍ରଦାନ କରାଯାଇଥିଲା । ଜୋର୍ତିବିତ୍ ଖଡ଼ିରତ୍ନ ସିମାଂଚଳ ପଣ୍ଡିତ ଓ ସାଥୀ ସୁଦର୍ଶନ ପାଢିଙ୍କ ମିଳିତ ସହଯୋଗରେ ଦାସକାଠିଆ ମାଧ୍ୟମରେ ସ୍ୱଚ୍ଛତା ନେଇ ସଂପୃକ୍ତ ୱାର୍ଡ଼ବାସିନ୍ଦାଙ୍କୁ ସଚେତନ କରାଯାଇଥିଲ । ବାହ୍ୟ ମଳତ୍ୟାଗକୁ ସମ୍ପୁର୍ଣ୍ଣ ବନ୍ଦ କରିବା ଓ ଘରର ଅଳିଆ ଆର୍ବଜନାକୁ ବାହାରେ ନଫୋପାଡ଼ି ଘରକୁ ଘର ବୁଲି ଅଳିଆ ସଂଗ୍ରହ କରୁଥିବା ଗାଡ଼ିରେ ଜମା ଦେବା ପାଇଁ ସଚେତନ କରାଯାଇଥିଲା । କେବଳ ସଚେତନତା ମାଧ୍ୟମରେ ନୁହେଁ ବରଂ ମା’ ମାନଙ୍କର ଭୂମିକା ସ୍ୱଚ୍ଛ ସର୍ବେକ୍ଷଣ ୨୦୨୧ ପାଇଁ ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି ବୋଲି ନିର୍ବାହୀ ଅଧିକାରୀ ଡ଼ଃ. ସାହୁ କହିଥିଲେ । ଥାନା ଆଇଆଇସି ସଂପୃକ୍ତ ଗ୍ରାମବାସୀ ସ୍ୱଚ୍ଛତା ପ୍ରତି ବେଶ ସଚେତନ ଏବଂ ଗ୍ରାମ୍ୟ ରାସ୍ତାକୁ ବେଶ ସଫା ସୁତୁରା ରଖିବା ଦିଗରେ ବେଶ ଯତ୍ନଶୀଳ ରହିଛନ୍ତି, ଇଂରାଜୀ ନୂତନ ବର୍ଷରେ ସମସ୍ତେ ସ୍ୱଚ୍ଛତା ଗୁରୁତ୍ୱ ପ୍ରଦାନ କରିବାକୁ ଶପଥ କରନ୍ତୁ ବୋଲି କହିଥିଲେ । ଭାରତ ବର୍ଷରେ ଓଡ଼ିଶା ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟତାରେ ନଂ-୧ ମୁଖ୍ୟମନ୍ତ୍ରୀୂ ଭାବେ ଗୌରବ ଅର୍ଜନ କରିଥିବା ବେଳେ ହିଞ୍ଜିଳିକାଟୁ ପୌରାଂଚଳକୁ ସ୍ୱଚ୍ଛତା ଦିଗରେ ରାଜ୍ୟରେ ୧ନଂ ଭାବେରେ ପରିଗଣିତ କରିବା ପାଇଁ ସହରବାସୀଙ୍କୁ ଆହ୍ୱାନ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଦୃଷ୍ଟି ଥିବା ଏହି ପୌର ପରିଷଦକୁ ୧ନମ୍ବର କରିବା ଦିଗରେ ଜନସାଧାରଣଙ୍କ ଅକୁଣ୍ଠ ସହଯୋଗ ଓ ସଫେଇ ଦିଦି ଓ କର୍ମଚାରୀ ମାନଙ୍କ ଉତମ ସମ୍ବନୟରେ ହିଁ ସମ୍ଭବ ହୋଇପାରିବ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । କାହାଣୀ ମାଧ୍ୟମରେ ସ୍ୱଚ୍ଛତାର ବାର୍ତା ପ୍ରଦାନ କରିଥିଲେ ବିଡ଼ିଓ ପାତ୍ର । ଉକ୍ତ କାର୍ଯ୍ୟକ୍ରମରେ ସ୍ୱଚ୍ଛ ସାଥୀ ଆର୍ଯ୍ୟାବାଳା ସାହୁ, ସାହୁ, ଗାୟତ୍ରୀ ପୃଷ୍ଟି, ରଶ୍ମିତା ସାହୁ, ବନିତା ଡ଼ାକୁଆ, ରିତାଞ୍ଜଳି ପଟ୍ଟନାୟକ, ଟୁକୁନି ବାଡ଼ତ୍ୟା, ସଂଜୁକ୍ତା ସେଠି, ମମତା ନାୟକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ପୋଲାଇ, ଆସିକା ସାଂସଦଙ୍କ ରାଜନୈତିକ ସହାୟକ ନିଳମଣି ପଟ୍ଟନାୟକ, ପୂର୍ବତନ କାଉନସିଲର ଯୁଧିଷ୍ଟିର ସ୍ୱାଇଁ, କିରଣ ପଟ୍ଟନାୟକ, ସନ୍ତୋଷ କୁମାର ମହାରଣା, ପ୍ୟାରୀମୋହନ ପାଢି, ପ୍ରଭାତ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସାନିଟାଇଜର ଏକ୍ସର୍ପଟ ଅଭିଜିତ ପୁରୋହିତ, ପୌର କର୍ମଚାରୀ ଏ. ମୋହନ ଆଚାରୀ, ସୁଶାନ୍ତ ବେହେରା, ଛବି ନାରାୟଣ ପଣ୍ଡା, ସୁବାଷ ପଟ୍ଟନାୟକ, ସନ୍ଧ୍ୟାରାଣୀ ପଟ୍ଟନାୟକ, କିରଣ ନାହାକ, ରବିନ୍ଦ୍ର ନାହାକ, ଇ. କିଶାନ କୁମାର ପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ