ଅଗ୍ନିକାଣ୍ଡ ରେ ଜଳିଗଲା ୬୦ ଭରଣ ଧାନ।

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ସାନଖେମୁଣ୍ଡି ବ୍ଲକ ପାଟପୁର ଗାନ୍ଧୀଛକ ନିକଟସ୍ଥ ଲକ୍ଷ୍ମୀ ମନ୍ଦିର ସାହିରେ ଶନିବାର ରାତ୍ରମଧ୍ୟଭାଗ ରେ ଏକ ଧାନଖଳାରେ ୬୦ ଭରଣ ର ୨ ଟି ଧାନଗଦା ରେ ଥିବା ୨୦୦ କୁଇଣ୍ଟାଲ ଅମଳ ଧାନ ପୋଡି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି । ଖବରପ୍ରକାରେ , ପାଟପୁର ଗ୍ରାମର ରବି ସ୍ବାଇଁ ଭାଗଚାଷ କରି ଜମି ରୁ ଅମଳ ହୋଇଥିବା ଧାନ କୁ ଖଳା ରେ ରଖିଥିଲେ। ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକ ଅଗ୍ନିସମ ବିଭାଗ କୁ ଖବର ଦେଇଥିଲେ।ଖବର ପାଇ ଦିଗପହଣ୍ଡି ଅଗ୍ନିସମ ବିଭାଗ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା ଙ୍କ ନେତୃତ୍ୟ ରେ ରାଜେନ୍ଦ୍ର ନାରାୟଣ ଦାସ ଙ୍କ ସମେତ ଘଟଣାସ୍ଥଳ ରେ ପହଞ୍ଚି ଦୀର୍ଘ ୮ ଘଣ୍ଟା ଉଦ୍ୟମ ପରେ ନିଆଁ କୁ ଆୟତ୍ତ କରିଥିଲେ।ତେବେ ଧାନ ର କ୍ଷୟ କ୍ଷତି ୩,୦୦୦୦୦ ରୁ ଉର୍ଦ୍ଧ୍ବ ହେବେବୋଲି ଅନୁମାନ କରାଯାଉଛି।ଏ ନେଇ ପାଟପୁର ସରପଞ୍ଚ T.ବାବୁ ସୁବୁଦ୍ଧି ରାଜସନିରୀକ୍ଷକ ପ୍ରଦୀପ କୁମାର ବେହେରା ଙ୍କୁ ଖବର ଦେବା ଫଳରେ ଘଟଣା ସ୍ଥଳରେ ପହଞ୍ଚି ସ୍ତିଥି ଅନୁଧ୍ୟାନ କରିଛନ୍ତି। ସରକାର ଙ୍କ ତରଫରୁ ଯଥାଶୀଘ୍ର କ୍ଷତି ଦେବାପାଇଁ ସରପଞ୍ଚ ଏବଂ ଗ୍ରାମବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ