ମା ଵାସୁଳେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଧାମନଗର,(ସନ୍ତୋଷ କୁମାର ପ୍ରଧାନ) :ଧାମନଗର ବ୍ଲକ ଅନ୍ତର୍ଗତ ଫତେପୁର ପଞ୍ଚାୟତ ଲେଞ୍ଜରା ଠାରେ ମା ବାସୁଳେଇ କ୍ରିକେଟ କ୍ଳବ ଆନୁକୂଲ୍ୟରେ ଫାଇନାଲ ମ୍ୟାଚ ସୋମବାର ଦିନ ଉଦଯାପିତ ହୋଇଯାଇଛି । ଜୟ ଜଗନ୍ନାଥ କ୍ରିକେଟ ଟିମ ଷୋଳଗାଁ ଓ ଅମର କ୍ରିକେଟ ଟିମ ବନେଶ୍ୱର ମଧ୍ୟରେ ଫାଇନାଲ ମ୍ୟାଚ ହୋଇଥିଲା । ବନେଶ୍ୱର ଅମର କ୍ରିକେଟ ଟିମ ବିଜୟୀ ହୋଇଥିଲା । ପ୍ରଥମରୁ ଏହି ଖେଳଟିକୁ ଫତେପୁର ସରପଞ୍ଚ ଶ୍ରୀଯୁକ୍ତ ସଞ୍ଜୟ ମଳିକ ଫିତା କାଟି ଉଦଘାଟନ କରିଥିଲେ । ଅବିନାଶ ସ୍ୱାଇଁ ଓ ଦୀପକ ସାହୁ ଏହି ଫାଇନାଲ ଖେଳକୁ ପରିଚାଳନା କରିଥିଲେ । ଷୋଳଗାଁ ଜୟ ଜଗନ୍ନାଥ କ୍ରିକେଟ ଟିମ ପ୍ରଥମେ ଟଚ ଜିତି ୧୫ ଓଭରରେ ୮୦ରନ କରିଥିଲା । ଜବାବରେ ବନେଶ୍ୱର ଅମର କ୍ରିକେଟ ଟିମ ୮୧ରନ ଶଗ୍ରହ କରି ବିଜୟୀ ହୋଇଥିଲା । ଏହି ଖେଳରେ ମୁଖ୍ୟ ଅତିଥି ବୀରେନ୍ଦ୍ର କବି, ଅବିନାଶ ସ୍ୱାଇଁ,ରାଜେନ୍ଦ୍ର କବି,ରଞ୍ଜନ ମହାନ୍ତି, ସନତ ଜେନା,ସୁରେଶ ସାହୁ,ବିଶ୍ୱଜିତ ମଳିକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ