ଆସିକା , ଭଂଜନଗର ଉପଖଣ୍ଡର ଅପରାଧ ସମୀକ୍ଷା ବୈଠକ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ଗଂଜାମ ପୋଲିସ ଜିଲ୍ଲା ଅଧୀନ ଆସିକା ଓ ଭଂଜନନଗର ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଥାନା ଅଂଚଳର ଅପରାଧ ସମୀକ୍ଷା ବୈଠକ ଏସପିଙ୍କ ସମ୍ମିଳନୀ ଗୃହରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଂଜାମ ଏସପି ବ୍ରିଜେଶ କୁମାର ରାଏ ଅଧ୍ୟକ୍ଷତା କରି ଥାନାୱାରି ଅପାରଧ ସମୀକ୍ଷା କରିଥିଲେ । ପଡିରହିଥିବା ମାମଲା ଗୁଡିକ ଫଇସଲା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗକୁ କୁମାରପୂର୍ଣ୍ଣମୀ ଥିବାରୁ ଜୁଆ ଖେଳ ଉପରେ ଚଢଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି । ଏଥିସହ ଆମ ପୁଲିସ, ମୋ ସରକାର, ମହିଳା ଓ ଶିଶୁ ଡେସ୍କକୁ ଠିକ୍ ଭାବେ କାର୍ଯ୍ୟକାରୀ କାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ଅତିରିକ୍ତ ଏସପି ପତିତପାବନ ଚୈାଧୂରୀ, ଡିଆଇବି ଡିଏସପି ପି.କେ ଦଳାଇ, ଡିଏସପି (ହେଡକ୍ୱାର୍ଟର) ଅଜୟ କୁମାର ମିଶ୍ର, ଡିଏସପି ସାମୁଲିସ ପ୍ରଧାନ, ଆସିକା ଏସଡିପିଓ ସୂ୍‌ର୍ଯ୍ୟମଣି ପ୍ରଧାନ, ଭଂଜନଗର ଏସଡିପିଓ ଶୂଭ୍ରାଶୁଂ କୁମାର ମିଶ୍ର, ଗଂଜାମ ରିଜର୍ଭ ଇନିସପେକ୍ଟର ଗଙ୍ଗାଧର ଧାଙ୍ଗରଙ୍କ ସମେତ ସମସ୍ତ ଥାନା ଅଧିକାରୀ ମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ