ଗୁଗୁଲ ଡୁଡୁଲରେ କାମିନୀ ରାୟ

(ଯୁଗାବ୍ଦ ନ୍ୟୁଜ )ବଙ୍ଗାଳୀ କବୟତ୍ରୀ ତଥା ଜଣେ ଶିକ୍ଷାବିତ୍ କାମିନୀ ରାୟଙ୍କ ଆଜି ୧୫୫ତମ ଜନ୍ମ ଜୟନ୍ତୀ ଅବସରରେ ଆଜି ତାଙ୍କୁ ଗୁଗୁଲ ଡୁଡୁଲ ସମର୍ପିତ କରିଛି। କାମିନୀ ଜଣେ ସମ୍ଭ୍ରାନ୍ତ ବଙ୍ଗାଳୀ ବୈଦ୍ୟ ପରିବାରର ଥିଲେ। ତାଙ୍କ ପିତା ଚଣ୍ଡୀ ଚରଣ ସେନ ଜଣେ ନ୍ୟାୟାଧୀଶ, ଲେଖକ ତଥା ବ୍ରାହ୍ମଣ ସମାଜର ପ୍ରମୁଖ ସଦସ୍ୟ ଥିଲେ। କାମିନୀ ତାଙ୍କ ପିତାଙ୍କ ପୁସ୍ତକ ଓ ପୁସ୍ତକାଳୟର ଉପଯୋଗ ବେଶ୍ ଭଲଭାବରେ କରୁଥିଲେ। ତାଙ୍କ ଭାଇ ନିଶୀଥ ଚନ୍ଦ୍ର ସେନ କଲିକତା ଉଚ୍ଚ ନ୍ୟାୟାଳୟରେ ଜଣେ ପ୍ରସିଦ୍ଧ ବାରିଷ୍ଟର ଥିଲେ। ପରେ ସେ କୋଲକତା ମେୟର ଥିଲେ। କୋଲକାତାର ବିଶ୍ଵବିଦ୍ୟାଳୟର ବେଥୂନ କଲେଜରେ ସଂସ୍କୃତରେ ସ୍ନାତକ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ