ହର ଙ୍କୁ ମନେ ପକାଇଲା ସାରା ଓଲିଉଡ
(ଯୁଗାବ୍ଦ ନ୍ୟୁଜ ) ଓଲିଉଡର ଏହି ଖ୍ୟାତନାମା ଅଭିନେତା ତଥା ନିର୍ଦ୍ଦେଶକ ହର ପଟ୍ଟନାୟକଙ୍କ ଆଜି ଜନ୍ମଦିନ। ଆଜି ତାଙ୍କ ଜନ୍ମଦିନରେ ପୁଣିଥରେ ଦର୍ଶକ ତାଙ୍କୁ ମନେ ପକାଇଛନ୍ତି। ତାଙ୍କ ଚମତ୍କାର ଅଭିନୟ ଯୋଗୁଁ ସେ ଦର୍ଶକଙ୍କ ନିକଟରେ ଏବେ ବି ଅମର ରହିଛନ୍ତି। ପରଦାରେ ସିନା ହର ସବୁବେଳେ ଜଣେ ଖଳନାୟକ ଭୂମିକାରେ ନଜର ଆସନ୍ତି ବାସ୍ତବ ଜୀବନରେ ହର ସିଧାସାଧା ସରଳ ବ୍ୟକ୍ତିତ୍ୱ ଥିଲେ। ଜଣେ ଓଡ଼ିଆ କଥାଚିତ୍ର ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ ଓ ଚିତ୍ରନାଟ୍ୟ ଲେଖକ ଥିଲେ ହର। ସେ ୭୦ରୁ ଅଧିକ ଫିଲ୍ମରେ ଅଭିନୟ କରିବା ସହ ୨୦ରୁ ଅଧିକ କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ।’ମା’ ରାଣ୍’, ‘ଚକମାଚୂର’, ‘ଫୁଲ ବୋବାଲ’ ଏ ହେଉଛି ହର ପଟ୍ଟନାୟକଙ୍କ କେତକ ଅଭୁଲା ଡାଇଲଗ୍, ଯାହାକୁ ଏବେବି ମନେ ରଖିଛନ୍ତି ଦର୍ଶକ।


