ବହଳଦା ଥାନା ପକ୍ଷରୁ ସଡକ ସୂରକ୍ଷା ସଚେତନତା ରାଲି।

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବହଳଦା ଥାନା ପକ୍ଷରୁ ଏକ ସଡକ ସୂରକ୍ଷା ସଚେତନତା ରାଲି ଅନୁଷ୍ଠିତ ହୋଇ ଯାଇଛି। ସଡକ ଦୂର୍ଘଟଣାରେ ନୀତି ପ୍ରତିଦିନ ଜୀବନ ହାନୀ ଘଟୁଥିବାବେଳେ ଏଥିରେ ସମ୍ପୃକ୍ ପରିବାର ବର୍ଗର ଅପୂରଣୀୟ କ୍ଷତି ଘଟିବା ସହିତ ଦେଶର ନାଗରିକ’ଙ୍କ ଜୀବନ ହାନୀ ହେବାରୁ ଦେଶର ମଧ୍ୟ ଅଶେଷ କ୍ଷତି ଘଟିଥାଏ ତେଣୁ ଏହାକୁ ନେଇ ବହଳଦା ଥାନା ପୋଲିସ୍ ପକ୍ଷରୁ ଏକ “ସଡକ ସୂରକ୍ଷା ଜୀବନ ରକ୍ଷା’ ରାଲିରେ ବହଳଦା ବଜାର ପରିକ୍ରମା କରାଯାଇ ସାଧାରଣ ଲୋକଙ୍କୁ ସଚେତନ କରାଯାଇଥିଲା । ବହଳଦା ଥାନା ପୋଲିସ୍ ସଡକ ସୂରକ୍ଷା ରାଲିରେ ବହଳଦା ବଜାର ପରିକ୍ରମା କରିବା ସହିତ ମଟରସାଇକଲ ଚାଳକଙ୍କୁ ଗୋଲାପ ଫୁଲ ସହିତ ମାସ୍କ ପରିଧାନ କରି ନଥିବା ଚାଳକଙ୍କୁ ମାସ୍କ ପ୍ରଦାନ କରାଯାଇ ହେଲମେଟ୍ ଓ ମାସ୍କ ପରିଧାନ କରାଯିବାକୁ ସଚେତନ କରିଥିଲେ।ବହଳଦା ଥାନା ପେଟ୍ରୋଲିଂ ଗାଡିରେ ସଡକ ସୂରକ୍ଷା ଜୀବନ ରକ୍ଷା ସମ୍ବନ୍ଧୀୟ ସଂଗୀତ ଚଲାଇବା ସହିତ ବିଭିନ୍ନ ସ୍ଲୋଗାନ ମାନ ଦେଇ ବଜାର ପରିକ୍ରମା କରିଥିଲେ।ଏଥିରେ ସ୍ଥାନୀୟ ଭିକ୍ଟର କ୍ଲବ୍ ର ଯୁବ ସଦସ୍ୟ ମାନେ ମଧ୍ୟ ଅଂଶଗ୍ରହଣ କରି ବହଳଦା ଥାନା ପୋଲିସ୍ କୁ ‘ସଡକ ସୂରକ୍ଷା ଜୀବନ ରକ୍ଷା” ରାଲିରେ ଲୋକଙ୍କୁ ସଚେତତନ କରିବାରେ ସହଯୋଗ ପ୍ରଦାନ କରିଥିଲେ। ରାଲିରେ ବହଳଦା ଥାନା ଆଇଆଇସି ଜଗେନ୍ଦ୍ର କୁମାର ମଲ୍ଲୀକ’ଙ୍କ ସହିତ ସବ୍ ଇଂନ୍ସପେକ୍ଟର ହଟନାଥ ନାୟକ ଓ ସବ୍ ଇଂନ୍ସପେକ୍ଟର ସଦାନନ ନାୟକ,ହାବିଲଦାର ପ୍ରଣୟ ବଲ୍ଲଭ ନାୟକ ପ୍ରମୁଖ’ଙ୍କ ସହିତ ଥାନାର ସମସ୍ତ ଷ୍ଟାଫ୍ ସାମିଲ ହୋଇଥିଲେ। ସେହିପରି ଭିକ୍ଟର କ୍ଲବ୍ ର ସଭାପତି ରାହୁଲ ଯାଦବ,ଉପସଭାପତି ନିହାର ଯାଦବ’ଙ୍କ ସହିତ କ୍ଲବ ର ସଦସ୍ୟ ପ୍ରକାଶ ସାହୁ,ସତ୍ୟବ୍ରତ ଗିରି,ସାମୁ ଡଗ୍ରା,ସନ୍ଦୀପ ରଣା,ଜ୍ୟତି ପ୍ରକାଶ ମହାନ୍ତ,ଆରିଆ ପାଣିଗ୍ରାହି,ଶିବୁ ପାଲ୍,ପ୍ରତିଶ ଦତ୍ତ’ଙ୍କ ସହିତ କ୍ଲବର ଅନ୍ୟାନ୍ୟ ସଦସ୍ୟମାନେ ରାଲିର ଯୋଗ ଦେଇ ବାଇକ୍ ଚାଳକ’ଙ୍କୁ ଗୋଲାପ ଫୁଲ ଓ ମାସ୍କ ପ୍ରଦାନ କରି ସଡକ ସୂରକ୍ଷା ପ୍ରତି ସଚେତନତାର ବାର୍ତ୍ତା ବାଣ୍ଟିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ