ଘରୁ ମନିପର୍ସ ଚୋରି, ଚୋରକୁ ଧରି ବାନ୍ଧିଲେ ଗାଁ ଲୋକେ
ହାଟଡ଼ିହି,(ବିକାଶ ବିଶ୍ୱାଳ): କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ପଞ୍ଚୁଗୋଛିଆ ପଂଚାୟତ କଣ୍ଠିଆଡ଼ି ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ କେହି ନଥିବା ସୁଯୋଗରେ ଜଣେ ଦୁର୍ବୁତ୍ତ ତାଙ୍କ ଘରେ ପସି ଏକ ମନୀପର୍ସ ଚୋରିକରି ପଳାଇଥିଲା। କିଛି ସମୟ ପରେ ଘର ଲୋକ ଆସି ଘରୁ ଚୋରି ଯାଇଥିବା ଜାଣି ଚୋରକୁ ଖୋଜିଥିଲେ। ଦୀର୍ଘ ସମୟ ଖୋଜା ଖୋଜି କରିବା ପରେ ଚୋରକୁ ଜଳସରପୁର ଗ୍ରାମରୁ ଧରିଥିଲେ। ତା ନିକଟରୁ ଚୋରି ପର୍ସକୁ ଉଦ୍ଧାର କରିଥିବା ବେଳେ ପର୍ସରେ ଥିବା ସାମଗ୍ରୀ ନଥିଲା। ବହୁ ପଚରା ଉଚୁରା କରିବାପରେ ସେ ପର୍ସରେ ଥିବା ୫୦୦ ଟଙ୍କାକୁ ପକେଟରେ ରଖିଥିବା ଓ ଏକ ଗଛ କୋରଡରେ ପର୍ସରେ ଥିବା ପାଉଁଜିକୁ ଲୁଚାଇଥିବା କହିଥିଲା। ପର୍ସରେ ଥିବା ସୁନାରିଙ୍ଗକୁ ସେ ଅନ୍ୟ ଜଣକୁ ଦେଇଥିବା କହିଥିଲା। ଗାଁ ଲୋକେ ତାକୁ ବାନ୍ଧି ଦେଇ ପୁଲିସକୁ ଖବର ଦେଇଥିଲେ। ଆନନ୍ଦପୁର ପୁଲିସ ପହଞ୍ଚି ଉକ୍ତ ଚୋରକୁ ଗିରଫ କରିଛି । ସେ ଏ ଅ ଞ୍ଚଳରେ ବୁଲି ପୂଜା କରେ ବୋଲି କହିଛି।